ହେଡଲାଇନସ୍:

ସ୍ବାସ୍ଥ୍ୟ ବିଭାଗ ଚଢ଼ାଉ ପରେ ମଣିଶ୍ରୀ ଡାଇଗ୍ନୋଷ୍ଟିକ୍ ପାଥୋଲାବ ସିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ଜୟଶଙ୍କର ଦାଶ 

 ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାର ବ୍ୟାସନଗର ସ୍ଥିତ ମଣିଶ୍ରୀ ଡାଇଗ୍ନୋଷ୍ଟିକ୍ ପାଥୋଲାବକୁ ଗତ ମଙ୍ଗଳବାର ରାତିରେ ସିଲ କରାଯାଇଛି । ପ୍ରକାଶ ଯେ, ଏଠାରେ ଅଲଟ୍ରାସାଉଣ୍ଡ ଜରିଆରେ ଭ୍ରୃଣହତ୍ୟା ଏବଂ ଲିଙ୍ଗ ନିରୂପଣ କରୁଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ମଙ୍ଗଳବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବିନୋଦ ବିହାରୀ ରଥଙ୍କ ନେତୃତ୍ବରେ ଏକ 4ଜଣିଆ ଟିମ୍ ପାଥୋଲାବ ଉପରେ ଚଢାଉ କରିଥିଲେ । ଦିନତମାମ୍ ଚଢାଉ ଓ ଯାଞ୍ଚ ପରେ ଏହାର ଅସଲି ଗୁମର ଖୋଲିଥିବା ଜଣାପଡିଛି । ଏଥିରେ ସତ୍ୟତା ଥିବା ଜଣାପଡିବା ପରେ ସଂନ୍ଧ୍ୟାରେ ଏହି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରାଯିବା ସହ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶକୁ ଜବତ କରାଯାଇଛି ।

ଏହି ଚଢାଉରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମଧ୍ୟ ସାମିଲ ହୋଇଥିଲେ । ସରକାର ଭ୍ରୃଣହତ୍ୟା ଏବଂ ଲିଙ୍ଗ ନିରୂପଣକୁ ବେଆଇନ ଘୋଷଣା କରିଥିବା ବେଳେ କେତେକ ପାଥୋଲାବରେ ଅଲଟ୍ରାସାଉଣ୍ଡ କରାଇବା ନାଁରେ ଗୋପନୀୟ ଭାବେ ଏଭଳି କାର୍ଯ୍ୟ କରାଯାଉଥିବା ନଜରକୁ ଆସିଛି ।କିଛିଦିନ ତଳେ ଏହି ସଂସ୍ଥା ନାମରେ ଏହିଭଳି ଅଭିଯୋଗ ମଧ୍ୟ ଆସିଥିଲା । ଅନ୍ୟପଟେ ଲ୍ୟାବ ମାଲିକ ଏନେଇ କିଛି କହିବାକୁ ମନା କରି ଦେଇଥିଲେ ।

0
0
0
s2sdefault