ହେଡଲାଇନସ୍:

ନୟାଗଡ଼ ସ୍ବୟଂଶାସିତ ମହା ବିଦ୍ୟାଳୟର ବାର୍ଷିକୋତ୍ସଵ ଏବଂ ଅଟୋଫେଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଏବଂ ଅଟୋଫେଷ୍ଟ ହୀରକ ଜୟନ୍ତୀ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କଲେଜ ଅଧ୍ୟକ୍ଷ ଅଶ୍ବିନ କୁମାର ନାୟକ, ଛାତ୍ରଛାତ୍ରୀ କାଉନସିଲର ଉପଦେଷ୍ଟା ଡ. ଜାନକୀନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ଆଶୁତୋଷ ମିଶ୍ର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲା ବେଳେ ଷ୍ଟୁଡେଣ୍ଟ କାଉନସିଲର ସମ୍ପାଦକ ଇତିଶ୍ରୀ ମିଶ୍ର ସଭା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ବିଗତ ଦିନରେ କିପରି ଥିଲା ଓ ଆଜିର ଦିନରେ କିପରି ରୁପାନ୍ତରିତ ହୋଇଛି ଏହା ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ସଦାସର୍ବଦା ମାତା ପିତା ଓ ଶିକ୍ଷକଙ୍କୁ ସମ୍ମାନ ଦେବା ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ । ଯେଉଁମାନେ ଏମାନଙ୍କୁ ଅସମ୍ମାନ କରିଛନ୍ତି ସେମାନେ ପରବର୍ତ୍ତୀ ସମୟରେ ଅନୁତାପ କରନ୍ତି ବୋଲି ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଆଚରଣ ବ୍ୟବହାର କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ରୁପରେଖ ବଦଳିଛି । ଯେଉଁଥ୍ ପାଇଁ ଆଜି ଆମେମାନେ ଗର୍ବ ଓ ଗୌରବ ଅନୁଭବ କରୁଛେ । ଉକ୍ତ ମହାବିଦ୍ୟାଳୟ ଆଜି ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛି । ନିଜ କଲେଜର ଗର୍ବ ଗୌରବ ଓ ପ୍ରଶଂସାକୁ ନେଇ ସବୁଆଡ଼େ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି । ନିଜ ମାଟି ଓ ନିଜ ପରିବେଶକୁ ଯିଏ ଭଲ ପାଇଛି ତା ଜୀବନରେ ସୁଧାର ଆସିଛି ବୋଲି ପ୍ରକାଶ କରିଥିଲେ । ନୟାଗଡ଼ କଲେଜରେ ସୁନ୍ଦର ଖେଳ ପଡିଆ ସାଙ୍ଗକୁ ବିରାଟ ସଭାଗୃହ, ଜିମ୍, ଉନ୍ନତ ଧରଣର ଲାଇବ୍ରେରୀ, କଲେଜ ଗେଟ, ପାଚେରୀ କାର୍ଯ୍ୟ ଅତି ସୁନ୍ଦର ହୋଇଛି । ଆଗାମୀ ଦିନରେ ସ୍ମାର୍ଟ କ୍ଲାସ ରୁମ୍ କାର୍ଯ୍ୟ ଆରମ୍ଭ ହେବ ବୋଲି ଡ. ସାହୁ ସୁଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ୪୦୦ ପ୍ରତିଯୋଗୀଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି । ବିଧାୟକ ଡ. ସାହୁ ଏକ ପାନୀୟ ଜଳ ପ୍ରକଳ୍ପ ଏବଂ ଅତ୍ୟାଧୁନିକ ସାଇକେଲ ଷ୍ଟାଣ୍ଡର ଉଦ୍‌ଘାଟନ କରିଥିଲେ ।ଷ୍ଟୁଡେଣ୍ଟ କାଉନସିଲର ସଭ୍ୟ ଶେଷଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault