ହେଡଲାଇନସ୍:

ଭଦ୍ରକକୁ ବୟନଶିଳ୍ପ ଓ ହସ୍ତତନ୍ତ୍ର କମିଶନରଙ୍କ ଗସ୍ତ : ବିଭିନ୍ନ ଉନ୍ନୟନକାର୍ଯ୍ୟର କଲେ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) - ରାଜ୍ୟ  ସରକାରଙ୍କ ବୟନଶିଳ୍ପ ଓ ହସ୍ତତନ୍ତ୍ର କମିଶନର ଶ୍ରୀମତି ଶୁଭା ଶର୍ମା ଭଦ୍ରକ ଜିଲ୍ଳାକୁ ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ । ପ୍ରଥମେ କମିଶନର ଭଦ୍ରକ ମେଡ଼ିକାଲରେ ନିରାମୟ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବୁଲି ଦେଖିବା ସହିତ ମେଡ଼ିକାଲର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ କମିଶନର ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୁଦନ ମିଶ୍ର ସମେତ ବିଭିନ୍ନ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ । ଏହି ସମୀକ୍ଷା ବୈଠକରେ ମହିଳାଓ ଶିଶୁବିକାଶ , ମିଶନ ଶକ୍ତି , ମମତା ଯୋଜନା, ସ୍ୱୟଂସହାୟ ଗୋଷ୍ଠୀର କାର୍ଯ୍ୟକାରିତା , ସାଧାରଣ ବଣ୍ଟନ ବ୍ୟବସ୍ଥା , ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା, ସାମାଜିକ ସୁରକ୍ଷା ଯୋଜନା,ନିରାମୟ ଯୋଜନା ଆଦି ବିଷୟ ଉପରେ ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକରିବା ଏବଂ ଲୋକମାନେ କିପରି ତା’ର ସୁଫଳ ପହଞ୍ଚôପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀମାନଙ୍କ ନିଦେ୍ର୍ଧଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ମେଡିକାଲକୁ ଯୋଗାଇ ଦିଆଯାଉଥିବା ବେଡ଼ସିଟ ସାମଗ୍ରୀକୁ  ହ୍ୟାଣ୍ଡଲୁମ୍ ଜିନିଷ ଯୋଗାଇ ଦେବାକୁ କମିଶନର ବିଭାଗୀୟ କତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

0
0
0
s2sdefault