ଗାଇସିଲାଟ/ମନ ଡନସନା :- ବ୍ଳକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ପଞ୍ଚମ ମାସିକ ସମ୍ମିଳନୀ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଗୈ।ରେନମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି। ଗାଇସିଲାଟ ବ୍ଳକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଏହି କର୍ମଶାଳାଟିକୁ ଉଦଘାଟନ କରିଥିବା ବେଳେ ପ୍ରାରମ୍ଭିକ ସଭାରେ ଏବିଇଓ ଧବଳେଶ୍ଵର ବରିହା, ସରକାରୀ ନୋଡାଲ ହାଇସ୍କୁଲ ଅନୀଲ କୁମାର ବେହେରା, ଆୟୋଜକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯୋଧନ ସାହୁ, ସାଧନ କର୍ମୀ ମୋହନ ରଣା, ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ବିଦ୍ୟାଳୟ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ସାହାଣୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଗନିଆପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଗତ ସମ୍ମିଳନୀର ବିବରଣୀ ପଠନ କରିଥିଲେ। ପ୍ରଥମ ଅଧିବେଶନରେ ସାଧନ କର୍ମୀମାନେ ଦ୍ଵାରା ଚଳିତ ମାଟ୍ରିକ ପରୀକ୍ଷା ସମ୍ବନ୍ଧରେ ବିଶେଷ ଭାବେ ଆଲୋକପାତ କରିଥିଲେ ଓ ଏହି ସମ୍ବନ୍ଧୀୟ ଆଲୋଚନାରେ ସମସ୍ତ ପ୍ରଧାନ ଶିକ୍ଷକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଭୋଜନ ବିରତି ପରେ ସମସ୍ତ ସଦସ୍ୟ ବିଦ୍ୟାଳୟ ର ସ୍ମାର୍ଟ କ୍ଳାସରୁମ୍ ,ଇ ଲାଇବ୍ରେରୀ, ବିଜ୍ଞାନାଗାର , ପାଇଖାନା, ବଗିଚା, ପାନୀୟ ଜଳ ବ୍ୟବସ୍ଥା ବୁଲି ଦେଖିଥିଲେ ଓ ଏ ସମ୍ପର୍କିତ ମତାମତ ସଭାରେ ଉପସ୍ଥାପନ କରିଥିଲେ। ଶେଷରେ କଟାବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ପ୍ରଧାନ ଶିକ୍ଷକଙ୍କ ମାସିକ ସମ୍ମିଳନୀ
- Hits: 276







