ହେଡଲାଇନସ୍:

ଭଞ୍ଜନଗର ତାଲୁକା ଆଇନସେବା କମିଟି ପକ୍ଷରୁ ସଡକ ନିରାପତ୍ତା ସଚେତନତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ତାଲୁକା ଆଇନ ସେବା କମିଟି ପକ୍ଷରୁ ସଡକ ନିରାପତ୍ତା,ଏମଏସିଟି ଓ ଏମଭି ଆକ୍ଟ ବାବଦରେ ଜନସାଧାରଣ ଙ୍କୁ ସଚେତନ କରିବା ନେଇ ଆଜି ଫେବୃଆରୀ ୧୦ ତାରିଖ ଶନିବାର ଦିନ ୧୧ ଘଣ୍ଟିକା ସମୟରେ ଏକ ଶଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ରାଲି ଅନୁଷ୍ଠିତ ହୋଇଥିଲା।ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜର୍ଜ ଦେବଦତ୍ତ ପଟ୍ଟନାୟକ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ଚକରା ବିଷୋୟୀ ଛକରୁ ବାହାରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ପହଞ୍ଚିଥିଲା।ପରେ କଲେଜ ସଭା ଗୃହରେ ସଡକ ନିରାପତ୍ତା ଓ ଏମଏସିଟି,ଏମଭି ଆକ୍ଟ ବାବଦରେ ଏକ ଶଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ଅତିରିକ୍ତ ଜିଲ୍ଲା ଜର୍ଜ ତଥା ଆଇନସେବା କମିଟି ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏମଏସିଟି ବିଷୟ ଉପରେ ଆଲୋକପାତ କରିଥିଲେ।ଏହା ସହ ଉଚ୍ଚତମ ନ୍ୟାୟାଳୟ ଦ୍ବାରା ପ୍ରେରିତ ଅନ୍ୟାନ୍ୟ ଆଇନ ଉପରେ ବୁଝାଇବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ସଡକ ଦୁର୍ଘଟଣା କୁ ରୋକିବା ଦିଗରେ ନିଆଯାଇଥିବା ବିଭିନ୍ନ ପନ୍ଥା ଉପରେ ଆଲୋକପାତ କରିଥିଲେ।ଜେଏମଏଫସି ସୁଶ୍ରୀ ସଂନ୍ଧ୍ୟା ସୁଚରିତା ମଧ୍ୟ ସଡକ ନିରାପତ୍ତା ସଂପର୍କିତ ବିଭିନ୍ନ ଆଇନ ବାବଦରେ ବୁଝାଇଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରୟ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବାମିତ୍ର ହରପାଲ୍ ପ୍ରମୁଖ ଉପସ୍ଥିତ ରହି ସଡକ ନିରାପତ୍ତା ସଂପର୍କିତ ବିଭିନ୍ନ ଆଇନ ବାବଦରେ ନିଜର ମତ ରଖିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗାଡି ଚାଳକଙ୍କୁ ଶଚେତନ କରାଇଥିଲେ।

କାର୍ଯ୍ୟକ୍ରମ ରେ ଆଇନସେବା କମିଟି ର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଉକ୍ତ କାର୍ଯ୍ୟକ୍ରମ ଉପରେ ପ୍ରଥମେ ସୂଚନା ଦେବାସହ,ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ,ଏଂବ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧକ୍ଷ ଶ୍ରୀ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ,ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ କଲେଜର କର୍ମଚାରୀ, ଡ୍ରାଇଭର ସଂଘ ର ସଦସ୍ୟ ଓ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।କୋର୍ଟ ର କନିଷ୍ଠ କିରାଣୀ ଆଦିତ୍ୟ ନାରାୟଣ ରଥ ପରିଚାଳନା କରିଥିବା ବେଳେ ଅନୁପମ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault