ହେଡଲାଇନସ୍:

ବିରୋଧୀ ବିଜେପି ଏବଂ କଂଗ୍ରେସ କୁ ଶକ୍ତ ଝଟକା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଦ୍ମ-ହାତ ଛାଡି ଶଙ୍ଖ ଫୁଙ୍କିଲେ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ 

(ମାହାଙ୍ଗା - ଶାସକ ପ୍ରଶାସକ) : ସାଢ଼େ 4 କୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କଥା ନୁହେଁ କାମରେ ବିଶ୍ଵାସ ରଖିଥିବା ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ସର୍ବୋପରି ଦୃଢ଼ ସଂଗଠକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ  ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ପଦ୍ମ-ହାତ ଛାଡି ଶୁଭ ଶଙ୍ଖ ନାଦ କରିଛନ୍ତି l ଯାହାପାଇଁ ଏକ ମହାମିଶ୍ରଣ ପର୍ବ ବିଧାୟକ ଶ୍ରୀ ଜେନା ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି l ତେବେ ଏହି ମିଶ୍ରଣ ପର୍ବ ପରେ ବିଜେଡି ଦଳ ପ୍ରତି ସାଧାରଣ ଜନସାଧାରଣଙ୍କ ଆସ୍ଥା ଓ ଭରସା ଅକୁଣ୍ଠ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ପଣସପୁର ଗ୍ରାମ ପଞ୍ଚାୟତ ହେଉଛି ଏକ ସ୍ୱାଭିମାନର ପଞ୍ଚାୟତ l ଯେଉଁଠି ବିଜେଡି ର ବିକାଶମୂଳକ କାର୍ଯ୍ୟ ପ୍ରତି ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ଙ୍କ ସୁଖ ଦୁଃଖର ସାଥି ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ଭରସା ଅତୁଟ ରହିଛି l ଯାହାପାଇଁ ପଣସପୁର ଗ୍ରାମପଞ୍ଚାୟତର ସରପଞ୍ଚ  ଚିନ୍ମୟ ସାମନ୍ତରାୟ ଏବଂ ସମିତିସଭ୍ୟ ଦେବୀପ୍ରସାଦ ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ଵିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବିଜେପି ଏବଂ କଂଗ୍ରେସ କର୍ମୀମାନଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ବିଜେପି ଏବଂ କଂଗ୍ରେସ କର୍ମୀମାନେ ସାମିଲ ହେବା ଦ୍ୱାରା ବିଜେଡି ର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇବ ଏବଂ ଆଗାମୀ ଦିନରେ ବିକାଶମୂଳକ କାର୍ଯ୍ୟ ଅଧିକରୁ ଅଧିକ ହୋଇପାରିବ ବୋଲି ପ୍ରକାଶ କରିଥିଲେ l

file photo

ଏହି ଅବସରରେ ବିଧାୟକ ଶ୍ରୀ ଜେନା ସମସ୍ତ କର୍ମୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଅନୁଷ୍ଠାନିକ ଭାବେ ବିଜେଡି ଦଳରେ ସାମିଲ କରାଇଥିଲେ l ଶେଷରେ ସମସ୍ତ ବିଜେପି ଏବଂ କଂଗ୍ରେସ କର୍ମୀମାନେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ପୁନର୍ବାର ବିଧାୟକ ପ୍ରତାପ ଜେନା ଙ୍କୁ ବହୁ ସଂଖ୍ୟା ଭୋଟରେ ଜିତାଇ ବିଜେଡି ସଂଗଠନକୁ ଅଧିକ ରୁ ଅଧିକ ମଝବୁତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ l

0
0
0
s2sdefault