ହେଡଲାଇନସ୍:

ବିମ୍ବାଧର ସରକାରୀ ଉଚ୍ଚବିଦ୍ୟାଳୟରେ 58- ତମ ବାର୍ଷିକ ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି(ରୋହିତ କୁମାର ନାଏକ ): କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା (ସଦର) ବ୍ଲକ ଅନ୍ତର୍ଗତ ସରକାରୀ ବିମ୍ବାଧର ଉଚ୍ଚ ବିଦ୍ୟାଳୟ କର୍ଲlପଡା ଠାରେ 58 ତମ ବାର୍ଷିକ ଉତ୍ସବ ପାଳନ କରାଯାଇ ଥିଲା l ପ୍ରଧାନ ଶିକ୍ଷକ ଶ୍ରୀ ବାହାଦୁର ସାଗରଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲlପଡା ଡ଼ିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ୍ ଶ୍ରୀ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୁକ୍ତ ଦୁଇ ପଂଚାୟତ ମହାବିଦ୍ୟାଳୟ ପୂର୍ବତନ ଓଡ଼ିଆ ଅଧ୍ୟାପକ ଶ୍ରୀ ଉପେନ୍ଦ୍ରଭଞ୍ଜ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ଜ଼ିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ଶିକ୍ଷlବିତ ଧ୍ରୁବଚରଣ ପ୍ରଧାନ, ସମିତି ସଭ୍ୟl ପୁଷ୍ପିତା ମାଝୀ, ଏସ. ଏ ମ. ସି ସଭାପତି ଶ୍ରୀ ନିରଞ୍ଜନ ଟକରିଆ, ଏହି ବିଦ୍ୟାଳୟ ର ଅବସର ପ୍ରାପ୍ତ ବରିଷ୍ଠ ଶ୍ରୀ ସୁବଳ ଚନ୍ଦ୍ର ପ୍ରଧାନ, ପଣ୍ଡିଗାଁ ଉ.ପ୍ରା.ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୁମରମଣି ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ଏହି ଅବସରରେ ବିଦ୍ୟାଳୟ ର ବିଭିନ୍ନ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଛାତ୍ର ଛାତ୍ରଛାତ୍ରୀ ତଥା ଦର୍ଶକ ମାନଂକ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ରହିଥିଲା ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଗ, ସଂସ୍କୃତ ଶିକ୍ଷକ ଶ୍ରୀ ବିର ନାଏକ, କ୍ରୀଡା ଶିକ୍ଷକ ଶ୍ରୀ ନିର୍ମଳ ଚନ୍ଦ୍ର ପ୍ରଧାନ, ବିଜ୍ଞାନ ଶିକ୍ଷୟିତ୍ରୀ ସୁନୟନl ଦାସ,ସୁନନ୍ଦl ସାଗର, ମୋନାଲିସା ରାଉତ, ମଞ୍ଜୁଳା ସାହୁ, ଅଞ୍ଜଳି ଭୋଇ, ଜ୍ୟୋତିମୟୀ କର, ଆଦି ଶିକ୍ଷକ ଶିକ୍ଷୟିତ୍ରୀ, ଜୁନିଅର କିରାଣୀ ବୈଦ୍ୟନାଥ ପ୍ରଧାନ, ଚତୁର୍ଥ କର୍ମଚାରୀ ମହାଦେବ ବାଗ ପୂର୍ଣ୍ଣ ସହଯୋଗ କରିଥିଲେ l

0
0
0
s2sdefault