ଭୁବନେଶ୍ୱର : ଆଜି ବିଜେଡିରେ ଯୋଗ ଦେଇଥିବା କର୍ପୋରେଟ ମ୍ୟାନ ସଂତୃପ୍ତ ମିଶ୍ରଙ୍କୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସେହିପରି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିବା ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ସୂଚନା ଯୋଗ୍ୟ ଯେ, କର୍ପୋରେଟ ଜଗତର ଜଣାଶୁଣା ଓଡ଼ିଆ ଚେହେରା ତଥା ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ ମୁଖ୍ୟ ପଦରୁ ସ୍ବେଛାକୃତ ଅବସର ନେଇଥିବା ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଥଲେ. ସେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ ବୋଲି ରାଜନୈତିକ ମହଲରେ ବୋଲି ଚର୍ଚା ଜୋର ଧରିଛି
ରାଜ୍ୟ
ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ , ସଞ୍ଜୟ ହେଲେ ମୁଖପାତ୍ର
- Hits: 1349








