ହେଡଲାଇନସ୍:

୫ କୋଟି ଟଙ୍କାରେ ପୁନଃ ନିର୍ମାଣ ହେବ ଦୁତିକେଶ୍ୱର ମହାଦେବ ଓ ପାର୍ବତୀ ମନ୍ଦିର,ରୁପାନ୍ତରିକରଣରେ ଆକର୍ଷିତ ହେବେ ପର୍ଯ୍ୟଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡ଼ଗାଁ,୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଜାମୁପାଟଣା ମୌଜା ଶୂଳିଆ ପାହାଡ ପାଦଦେଶରେ ଅବସ୍ଥିତ ବାବା ଦୁତିକେଶ୍ୱର ମହାଦେବ ଓ ମା' ପାର୍ବତୀଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ନୟାଗଡ଼ ଜିଲ୍ଲାର ଅନ୍ୟତମ ପଶ୍ଚିମା ମୁଖି ଭାବେ ଖ୍ୟାତି ଲାଭ କରିଥିବା ଏହି ଶୈବପୀଠ ଖୁବଶୀଘ୍ର ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମଞ୍ଜୁର ହୋଇଥିବା ୫ କୋଟି ଟଙ୍କା ବ୍ୟୟରେ ବଉଳାମାଳା ପଥରରେ ପୁନଃନିର୍ମାଣ ହେବ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସୂଚନାରୁ ଜଣାପଡିଛି । ରୁପାନ୍ତରିତ ପରେ ସୁନ୍ଦର ଓ ସୁଦୃଢ ଏହି ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ସୂଚନା ଥାଉକି ଦିତୀକେଶ୍ବର ମହାଦେବଙ୍କ ପୀଠକୁ ବର୍ଷର ବିଭିନ୍ନ ସମୟରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଓ ସିଦ୍ଧସାଧକ ମାନଙ୍କର ଗତାଗତ ହେଉଥିବା ଫଳରେ ପ୍ରଚାର ପ୍ରସାର ପାଇଁ ଦିନକୁଦିନ ପଶ୍ଚିମାଭିମୁଖୀ ବାବା ଦ୍ବିତୀକେଶ୍ବରଙ୍କ ପୀଠକୁ ବାବାଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼ ବୃଦ୍ଧିପାଇଛି । ପ୍ରଭୁଙ୍କ ଦର୍ଶନ ସହିତ ପ୍ରାକୃତିକ ସବୁଜିମା ଭରା ଶୁଳିଆ ପାହାଡର ନୈସର୍ଗିକ ଶୋଭା ରାଜିର ଆକର୍ଷଣ ଦର୍ଶନାର୍ଥୀଙ୍କୁ ଏଠାରେ ବାନ୍ଧି ରଖିଥାଏ । ଏହାର ପ୍ରସିଦ୍ଧ ଜାଗରଯାତ୍ରା, ବାରେଡି ଯାତ୍ରା, ବିଶେଷ କରି ଶ୍ରାବଣମାସରେ କାଉଡିଆଙ୍କ ଭିଡ଼ ପୀଠର ମହାତ୍ମାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିଛି । ତେବେ ବଉଳମାଳା ପଥରରେ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ସରିଲେ ଏହାର କଳା ଏବଂ କାରୁକାର୍ଯ୍ୟ ଭକ୍ତମାନଙ୍କୁ ଅଧିକ ଆକର୍ଷିତ କରିପାରିବ । ଏଥିସହିତ ମଞ୍ଜୁର ଅର୍ଥରାଶିର ବିନିଯୋଗ ପରେ ପାରିବେଶିକ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ ପାଇଁ ପୁଣି ଅଧିକ ଅର୍ଥ ରାଶି ମଞ୍ଜୁର ମିଳିପାରିବ ।

0
0
0
s2sdefault