ହେଡଲାଇନସ୍:

ଉପଜିଲ୍ଲାପାଳଙ୍କ ରଘୁନାଥ ଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଉପଜିଲ୍ଲାପାଳ ତଥା ଜିଲ୍ଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣ ଦେବ ସମାଦାର ଗୁରୁବାର ସନ୍ଧ୍ୟାରେ ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ ସାରି ଫେରିଛନ୍ତି । ରଘୁନାଥ ମନ୍ଦିର ପରିଚାଳକ ଦାୟିତ୍ବରେ ଥିବା ମନ୍ଦିର ପରିଚାଳନା ସମ୍ପର୍କିତ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ପରେ ଯେକୋୖଣସି ସମସ୍ୟାର ଧିରେ ଧିରେ ସମାଧାନ କରାଯିବ ବୋଲି ପୂଜକ ସେବା ପରିଷଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଥାଉକି କର୍ଣ୍ଣଦେବ ସମାଦାର ଅସ୍ତରଙ୍ଗ ବିଡ଼ିଓ ଥିଲେ । ପଦୋନ୍ନତି ପାଇଥିବାରୁ ବୁଧବାର ନୟାଗଡ଼ ଉପଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଗୁରୁବାର ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କରିଥିଲେ ।

0
0
0
s2sdefault