ହେଡଲାଇନସ୍:

ପାରଳାଖେମୁଣ୍ଡି ବନଖଣ୍ଡ ଦ୍ୱାରା ଜଙ୍ଗଲ ନିଆଁ ସଚେତନତା ରଥ ଉଦ୍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ର ନିରାକରଣ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି I
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ ଙ୍କ ସହ ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ଅରୁଣ କୁମାର ସାହୁ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ I
ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ବାର୍ତା ନେଇ ପ୍ରତ୍ୟେକ ଗାଁ କୁ ଗାଁ ଏହା ସହ ପ୍ରତ୍ୟେକ ବନ ସଂରକ୍ଷଣ ସମିତି ଏବଂ ବିଭିନ୍ନ ଅନୁଷ୍ଠାନ କୁ ବୁଲିବ ଜଙ୍ଗଲ ବିଭାଗର ଏହି ସଚେତନତା ରଥ I ଏହା ପାରଳାଖେମୁଣ୍ଡି ବନଖଣ୍ଡ ର ସାତ ଗୋଟି ବନାଞ୍ଚଳର ପ୍ରତ୍ୟେକ ଗାଁ କୁ ଗାଁ ବୁଲି ବନ ବିଭାଗର ଜଙ୍ଗଲ ସହ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ଏବଂ ପରିବେଶ ର ସୁରକ୍ଷା ବାର୍ତା ପ୍ରଚାର କରିବ I ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ଏବଂ ଜଙ୍ଗଲ ର ରକ୍ଷା ପରିବେଶ ସୁରକ୍ଷା ଏହି ବାର୍ତା ନେଇ ପହଞ୍ଚାଇବା ପାଇଁ ଜଙ୍ଗଲ ବିଭାଗର ଏହା ଏକ ନୂଆ ପ୍ରୟାସ ଏବଂ ଏହି ରଥ ମାଧ୍ୟମରେ ସଚେତନତା କରାଯାଉଛି I
ଏଥିରେ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ବିଭିନ୍ନ ନାଚ ଗୀତ ଗୁଡିକ ଏଲ୍ ଇ ଡି ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇ ସଚେତନତା କରାଯାଉଛି I
ମୋହନା ଠାରେ ଧୂମ୍ର ବିହୀନ ଚୁଲ୍ଲା ବଣ୍ଟନ ଓ ଜଙ୍ଗଲ ନିଆଁ ପ୍ରତିକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ,ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ ଙ୍କ ସହ ICICI foundation ର କର୍ମଚାରୀ ଶ୍ରୀ ଭୂୟାଁ ଏବଂ ମୋହନ ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ I
ଏହି କାର୍ଯ୍ୟକ୍ରମରେ ବନ ସଂରକ୍ଷଣ ସମିତି ର ହିତାଧିକାରୀ ଙ୍କୁ ୨୫୦ ଗୋଟି ଧୂମ୍ର ବିହୀନ ଚୁଲ୍ଲା ବଣ୍ଟନ କରାଯାଇଥିଲା I ଘରେ ଧୂଆଁର କ୍ଷତିକାରକ ପ୍ରଭାବକୁ ହ୍ରାସ କରିବାର ଏକ ସମାଧାନ ହେଉଛି ଧୂମ୍ର ବିହୀନ ଚୁଲ୍ଲା I ଏହି ସ୍ଵତନ୍ତ୍ର ଡିଜାଇନ୍ ହୋଇଥିବା ଚୁଲାଗୁଡ଼ିକ ଘର ଭିତରର ଧୂଆଁକୁ ହ୍ରାସ କରିବା ଏବଂ କାଠ ବ୍ୟବହାରରେ ସଞ୍ଚୟ କରିବା ସହିତ ପରିବେଶକୁ ସୁରକ୍ଷା ଦେବା ପାଇଁ ସୃଷ୍ଟି କରାଯାଇଛି I ହାରାହାରି ଇନ୍ଧନ ଏକ ଲିଟର ପାଣି ଫୁଟାଇବା ଆବଶ୍ୟକ ଥିଲା ଧୂମ୍ରହୀନ ଚୁଲା ପାଇଁ ୨୩୭ ଗ୍ରାମ ଇନ୍ଧନ କାଠ ଏବଂ ପାରମ୍ପାରିକ ଚୁଲା କ୍ଷେତ୍ରରେ ୪୧୧ ଗ୍ରାମ ଇନ୍ଧନ କାଠ ଆବଶ୍ୟକ I ହାରାହାରି ଧୂମ୍ର ବିହୀନ ଚୁଲ୍ଲା ପାରମ୍ପାରିକ ଚୁଲହା ଉପରେ ୪୨.୪୬% ଇନ୍ଧନ ସଞ୍ଚୟ କରିପାରିବ I ଏହାର ପାରମ୍ପାରିକ ପ୍ରତିପକ୍ଷ ତୁଳନାରେ ୪୦-୫୦% କମ୍ ଇନ୍ଧନ ଖର୍ଚ୍ଚ କରେ I
ଏହିପରି ଏହା ଶ୍ରମ, ଅର୍ଥ ଏବଂ ପରିବେଶକୁ ସଞ୍ଚୟ କରେ I ରନ୍ଧନ ଶୀଘ୍ର ଏବଂ କଳା ହେବାରେ ରୋକିଥାଏ , ଯାହା ସଫା କରିବା ସମୟରେ ପୁନର୍ବାର ସଞ୍ଚୟ କରିଥାଏ I
ଜଙ୍ଗଲ ନିଆଁ ପ୍ରତିକାର ସମ୍ପର୍କିତ କର୍ମଶାଳା ରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ଉପସ୍ଥିତ ସମସ୍ତ ବନ ସଂରକ୍ଷଣ ସମିତି ର ସମସ୍ତ ସଭ୍ୟସଭ୍ୟା ଙ୍କୁ ଜଙ୍ଗଲ ନିଆଁ ର କାରଣ ଓ ପ୍ରତିକାର ସମ୍ପର୍କରେ ବୁଝାଇଥିଲେ I ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ I ଜଙ୍ଗଲ ନିଆଁ କୁ କିପରି ଆୟତ୍ତ କରି ରୋକା ଯାଇପାରିବ ସେ ବିଷୟରେ କହିଥିଲେ I
କାର୍ଯ୍ୟକ୍ରମ କୁ ମୋହନା ବନାଞ୍ଚଳର ବନପାଳ ଶ୍ରୀ ଦେବାଶିଷ ଶତପଥି ସହଯୋଗ କରି କାର୍ଯ୍ୟ ସମ୍ପାଦନା କରିଥିଲେ I ଏହି କାର୍ଯ୍ୟକ୍ରମରେ ମୋହନା ବନାଞ୍ଚଳର ସମସ୍ତ ବନପାଳ , ବନରକ୍ଷୀ ଓ ଜଙ୍ଗଲ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେI

0
0
0
s2sdefault