ହେଡଲାଇନସ୍:

ଡାବୁଗାଁ ସରକାରୀ (ଏସ ଏସ ଡି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଭଗବାନ ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ , ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଏସ ଏସ ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋଇ ଓ ଅଧ୍ୟକ୍ଷା କିରଣମାଳା ତିର୍କୀ ପ୍ରମୁଖ ମଞ୍ଚାଷୀନ ଥିଲେ। ଅତିଥି ମାନଙ୍କ ଦ୍ଵାରା ଦ୍ଵିପ ପ୍ରଜ୍ବଳନ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋଇ ସ୍ଵାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଛାତ୍ରୀ ମାନଙ୍କୁ ପାଠ ପଢା ପ୍ରତି ପ୍ରୟାସ ଓ ସାଧନ ରଖି ଉଚ୍ଚ ଶିକ୍ଷିତ ହେବାକୁ କହିଥିଲେ। ଯେଉଁ ଦେଶ ଯେଉଁ ଜାତି ଯେତେ ଶିକ୍ଷିତ ସେହି ଦେଶ ସେତେ ବିକଶିତ ବୋଲି କହିଥିଲେ।ନିଜ ମାତୃ ଭାଷା,ଜାତି , ସଂସ୍କୃତି ଓ ସାହିତ୍ୟ କୁ ବଞ୍ଚାଇ ରଖିବା ପାଇଁ ଛାତ୍ରୀ ମାନଙ୍କୁ କହିଥିଲେ। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ଶ୍ରେଷ୍ଠ ନାଗରିକ ହେବା ସହ ନିଜ ଅଞ୍ଚଳ ର ନାମ ରଖିବାକୁ କହିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ରେ କୃତି ଛାତ୍ରୀ ମାନ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଶିକ୍ଷକ ମହେଶ୍ୱର ନାଥ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault