ହେଡଲାଇନସ୍:

ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ଓ ଜନଜାତି ଉତ୍ସବ ଉଦଘାଟିତ l

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ; ରାୟଗଡା ଜିଲ୍ଲା ଗୁଣପୁର ଠାରେ ଅନୁଷ୍ଠିତ ହବାକୁ ଥିବା ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଆଜି ସକାଳୁ ସ୍ଥାନୀୟ ଗୁଣପୁର କଲେଜ ଠାରୁ ମିନି ମାରାଥନ ବାହାରି ଉତ୍ସବ ପଡିଆକୁ ପହଞ୍ଚିଥିଲା। ଏହାପରେ ଆରମ୍ଭ ହୋଇଥିଲା ବଳରାମ ପଣ୍ଡା ସ୍ମାରକୀ ଆନ୍ତରାଜ୍ଯ ଲେଦର ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏହି ଦୁଇଟି କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଇଣ୍ଡିଆ କ୍ରିକେଟ୍ ଟିମ୍ ମ୍ଯାନେଜର (ସାଉତ ଆଫ୍ରିକା ଟୁର୍) ସତବିର ସିଂ ରିହାର ଯୋଗଦେଇ ଉଦଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ନବରଙ୍ଗପୁର ସହ ଗୁଣପୁର ଟିମ୍ ର ରୋମାଞ୍ଚକର ମ୍ଯାଚ୍ ଅନୁଷ୍ଠିତ ହୋଇଥିଲା। ଅନ୍ଯପକ୍ଷେ ଆଜି ସନ୍ଧ୍ଯାରେ ଜନଜାତି ଉତ୍ସବ ର ଉଦଘାଟନ ହୋଇଛି। ଏଥି ପୁର୍ବରୁ ଉତ୍ସବ ର ଆଜ୍ଞାମାଳ ଆଜି ମରିଚଗୁଡା ସ୍ଥିତ ଅକ୍ଷରବ୍ରହ୍ମ ପିଠରୁ ପୂଜାର୍ଚ୍ଚନା କରି ବାହାରିଛି। ପିତାମଗୁଡା ପାହାଡ ଉପରେ ମଧ୍ୟ ପୂଜା କରାଯାଇ ଥିଲା। ବହୁ ସଂଖ୍ୟାରେ ଜନଜାତି ମହିଳା ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ଉତ୍ସବ ପଡିଆରେ ପହଞ୍ଚିଥିଲେ। ବଂଶଧାରା ନଦୀ କୂଳରୁ ଆଜି ନାମ ସଂକୀର୍ତ୍ତନ ସହ ଗଙ୍ଗା ଆବାହନ କରାଯାଇଥିଲା। ଜନଜାତି ଙ୍କ ମଧ୍ୟରେ ରାମ ପ୍ରଶାଦ ଗମାଙ୍ଗ, ଚକ୍ରପାଣି ଶବର, ଫାଲଗୁନି ଶବର, ଜୁଏଲ ଶବର, ମୋହନ ଶବର, ଲମ୍ବୋଧର ଶଡର, ତାଇଗିରି ଶବର ପ୍ରମୁଖଙ୍କ ପରିଚାଳନା କ୍ରମେ ଏହି ଜନଜାତି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହିସବୁ କାର୍ଯ୍ୟକ୍ରମ ରେ ଉତ୍ସବ ପରିଚାଳନା କମିଟି ପକ୍ଷରୁ ସଭାପତି ଅକ୍ଷୟ ଦାସ, କାର୍ଯ୍ଯକାରି ସଭାପତି ଏସ. ବାବା ପ୍ରଶାଦ, ଉପ ସଭାପତି ଉମା ଶଙ୍କର ଦାସ, ସମ୍ପାଦକ ମିଲି ପାଢି, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ଙ୍କ ସମେତ ସହ ସମ୍ପାଦକ ରାମ ପଣ୍ଡା, ଶକ୍ତି ଦାଶ, ଲକ୍ଷ୍ମୀ ମହାଙ୍କୁଡ, ହାଡିଆ ଶବର, ପ୍ରମୋଦ ଦାସ, ରମେଶ ଲିମା, ଗଜା ପାଳ, ଦେବ ପ୍ରଶାଦ ପାଢିଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇଥିଲେ।

 

0
0
0
s2sdefault