ହେଡଲାଇନସ୍:

ଝାରସୁଗୁଡ଼ା ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ଡିଭିଜନ୍ କାର୍ଯ୍ୟାଳୟ ଗୃହ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟି (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ନ୍ତରଣରେ ସଦା ପ୍ରଚେଷ୍ଟା ଜାରି ରଖିଛି । ଏହି ଦିଗରେ କମ୍ପାନୀ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସୁଗୁଡ଼ା ଜିଲ୍ଲାରେ ଏକ ନୂତନ ଡିଭିଜନ୍ କାର୍ଯ୍ୟାଳୟ ଗୃହ ନିର୍ମାଣ କରିଅଛି । ଏହି ନୂତନ କାର୍ଯ୍ୟାଳୟ ଗୃହକୁ ଟିପିଡବ୍ଲୁଓଡିଏଲା ଡିଏଲର କାର୍ଯ୍ୟନିର୍ବାହି ଅକାରୀ ଶ୍ରୀ ଗଜାନନ କାଲେ ତଥା କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଟାଟା ପାୱାର କମ୍ପାନୀର ପ୍ରସାରଣ ଏବଂ ବଣ୍ଟନ ବିଭାଗର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ବାଙ୍ଗା ଆଜି ଉଦଘାଟନ କରିଛନ୍ତି ।

ଏହି ଅବସରରେ ଶ୍ରୀ ବାଙ୍ଗା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରକାଶ କରିଥିଲେ ଯେ, ଏହି ନବନିର୍ମିତ କାର୍ଯ୍ୟାଳୟ ଗୃହକୁ ଆଧୁନିକ ଭିତ୍ତିଭୂମି ଏବଂ ଜ୍ଞାନକୌଶଳ ସହିତ ନିର୍ମାଣ କରାଯାଇଅଛି, ଯାହା କର୍ମାଚାରୀମାନଙ୍କୁ ଅନେକ ମୌଳିକ ସୁବିଧା ପ୍ରଦାନ କରିବା ସହ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଘଟାଇବ 1 ଯାହାଫଳରେ ଜିଲ୍ଲାରେ ଗ୍ରାହକ ସେବା ଗୁଣାତ୍ମକ ହେବା ସହିତ ଅଧିକରୁ ଅଧିକ ଉନ୍ନ‌ତ ହେବ ।

ଟାଟା ପାୱାର ପ୍ରତିବର୍ଷ ବିଦ୍ୟୁତ୍ ବିତରଣ ଭିଭିଭୂମିରେ ଉନ୍ନତି ଆଣିବା ସହିତ ଓଡିଶାରେ ଗ୍ରାହକ ସେବାକୁ ସୁବିଧାଜନକ କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଅଛି । ଯାହାକୁ ନେଇ ଶ୍ରୀ ବାଙ୍ଗା କହିଛନ୍ତି ଯେ, ଝାରସୁଗୁଡା ଜିଲ୍ଲାରେ ଏହି ନବନିର୍ମତି ଡିଭିଜନ କାର୍ଯ୍ୟାଳୟ ଗୃହ ଦ୍ବାରା ଜିଲ୍ଲାର ସମସ୍ତ ବିଦ୍ଯୁତ୍ ଉପୋଭୋକ୍ତାମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ଏବଂ ଭବିଷ୍ୟତରେ କମ୍ପାନୀ ପକ୍ଷରୁ ଏହି ଆହୁରି ଅନେକ ବିକାଶମୂଳକ ପଦକ୍ଷପ ନିଆଯିବ I ଏହି ଦିଗରେ ଆହୁରି ପଦକ୍ଷେପ ନିଆଯିବ |

ଏହି ଅବସରରେ ଟିପିଡବ୍ଲଓଡିଏଲର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ଗଜାନନ କାଲେ କହିଥିଲେ ଲେ ଯେ, ଝାରସୁଗୁଡା ଜିଲ୍ଲାର କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର କେନ୍ଦ୍ର ଅଟେ । ତେଣୁ ସମସ୍ତ ଶିଳ୍ପ ସଂସ୍ଥାମାନଙ୍କରେ ବିଦୁ ବିଦ୍ୟୁତ୍ ସେବାକୁ ଅଧିକରୁ ଅଧିକ ମଜବୁତ କରିବା ଆମର ପ୍ରାଥମିକ ପ୍ରୟାସ ଭାବେ ରହିଆସିଅଛି ।

0
0
0
s2sdefault