ହେଡଲାଇନସ୍:

ଯୋଡା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡା

ଯୋଡା ବ୍ଲକ ସଭାଗୃହରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ଏକ ମିଳିତ ଅଭିଯୋଗ ଶୁଣାଣୀ ହୋଇଯାଇଛି । ଯୋଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଜନସାଧାରଣ ମାନେ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଦେଓଝର ଗ୍ରାମପଞ୍ଚାୟତର ସରପଞ୍ଚ,ଭୂୟାଁରୋଇଡା ଗ୍ରାମ ପଞ୍ଚାୟତର ସରପଞ୍ଚ,ବଲାଣୀ,କାଳିମାଟି ଆଦି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ଏହି ଅଭିଯୋଗ ଶୁଣାଣୀରେ ଭିନ୍ନ ଭିନ୍ନ ମୋଟ୍ ୩୩ ଜଣ ସେମାନଙ୍କର ବିଭିନ୍ନ ସମସ୍ୟା ଏବଂ ଦାବି ସମ୍ବନ୍ଧରେ ଅଭିଯୋଗ କରିଥିଲେ । ମୁଖ୍ୟତଃ ରାସ୍ତା ସମସ୍ୟା,ଶିକ୍ଷକ ନିଯୁକ୍ତି,ବିଲେଇପଦା ଠାରୁ ରଣାଶାଳ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ,ଭୂୟାଁରୋଇଡା ଗ୍ରାମପଞ୍ଚାୟତର କଦମକଚା ଠାରେ ଚେକ୍ଡ୍ୟାମ ନିର୍ମାଣ,ବଲାଣୀ ଗ୍ରାମ ପଞ୍ଚାୟତରେ ୧୩୭ ଜଣଙ୍କୁ ୨୦୧୮ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଅନ୍ତଦ୍ୱୟ ଚାଉଳ ନ ମିଳିବା ନେଇ ଅଭିଯୋଗ,ଜାତୀୟ ରାଜପଥ ପକ୍ଷରୁ କ୍ଷତିପୂରଣ ମିଳିନଥିବା ନେଇ ଅଭିଯୋଗ,ଶିକ୍ଷକ ବଦଳି ସହ କାଳିମାଟିରୁ ଦୁବୁନା ପର୍ଯ୍ୟନ୍ତ ରାସ୍ତାକୁ ଏସାର ଷ୍ଟିଲ କମ୍ପାନୀ କବଜା କରିରଖି ଜନସାଧାରଣଙ୍କୁ ଅସୁବିଧାରେ ସମ୍ମୁଖୀନ କରାଇବା ସହ ରାସ୍ତା ମରାମତି କରୁନଥିବା ନେଇ ଅଭିଯୋଗ ଶୁଣାଣୀରେ ଅଭିଯୋଗକାରୀଙ୍କ ପକ୍ଷରୁ ଉପସ୍ଥିତ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,କେନ୍ଦୁଝର ଏସପି ଜୟନାରାୟଣ ପଙ୍କଜ,ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟୱାରୀ,ବଡବିଲ ଏସଡିପିଓ ରାହୁଲ ଜୈନ,କେନ୍ଦୁଝର ସିଡିଏମଓ ଚୌଧୁରୀ ସ୍ୱରୂପ ମିଶ୍ର,ବ୍ଲକ ଚେୟାରମ୍ୟାନ ସୁକୁମାରୀ ଦେହୁରୀ ଓ ବଡବିଲ ଅତିରିକ୍ତ ତହସିଲଦାର ମଧୁସ୍ମତା ବିଶିଙ୍କ ସମ୍ମୁଖରେ କରାଯାଇଥିଲା ।

0
0
0
s2sdefault