ହେଡଲାଇନସ୍:

ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର : ୯୫ଟି ଆପତତ୍ି ଅଭିଯୋଗ ଶୁଣାଣି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲା ପ୍ରଶାସନ ପକ୍ଷରୁ ଚଳିତ ଅକ୍ଟୋବର ମାସ ଚତୁର୍ତ ସୋମବାର ତା-୨୨-୧୦-୨୦୧୮ ରିଖରେ ଜିଲା ମହକୁମା ବାରିପଦାଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ  ହୋଇଯାଇଅଛି । ଜିଲାପାଳ ମୟୁରଭଞ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ମୟୁରଭଞ ଅବିନାଶ କୁମାର ଙ୍କ ତତ୍ତ୍ୱାବଧାନରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଅନୁଷ୍ଠିତ  ଉକ୍ତ ଜନଅଭିଯୋଗ ଶୁଣାଣୀ ଶିବିରରେ ଜନସାଧାରଣ ଙ୍କ ପାଖରୁ ଗୃହୀତ ହୋଇଥିବା ମୋଟ ୯୫ ଗୋଟି ଆପତତ୍ି ଅଭିଯୋଗ ଶୁଣାଣି ହୋଇଥିଲା । ଏଥିରେ ୯୨ ଗୋଟି ଅଭିଯୋଗ ପତ୍ର ବ୍ୟକ୍ତିଗତ ଓ ତିନିଗୋଟି ଅଭିଯୋଗପତ୍ର ଗ୍ରାମବାସୀ ଙ୍କ ସାମୁହିକ ବିଭିନ୍ନ  ସମସ୍ୟା ସମ୍ପର୍କିତ ଅଭିଯୋଗ ଉପରେ ଜିଲାପାଳ ଶ୍ରୀ ଭରଦ୍ୱାଜ ଶୁଣାଣୀ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ପାଇଁ ଆସିଥିବା ଆବେଦନ ପତ୍ର ଉପରେ ଜିଲାପାଳ ପରିସ୍ଥିତିକୁ ବିଚାର କରି ସାତଜଣ ହିତାଧିକାରୀ ଙ୍କୁ ମୋଟ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ସେମାନଙ୍କର ପାରିବାରିକ ଥଇଥାନ ତଥା ସ୍ୱାସ୍ଥ୍ୟଗତ ଚିକିତ୍ସା  ଆଦି ନିମନ୍ତେ ମଞୁର କରିଥିଲେ । ଶିବିରରେ ୮ ଗୋଟି ଅଭିଯୋଗ ପତ୍ର ଉପରେ ତ୍ୱରିତ ସମାଧାନ କରାଯାଇଥିବାବେଳେ ଅନ୍ୟାନ୍ୟ ଅଭିଯୋଗ ବିଷୟ ପ୍ରସଙ୍ଗ ଉପରେ ଶୁଣାଣି କରାଯାଇ ସଂପୃକ୍ତ ବିଭାଗ ଅଧିକାରୀମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ  ନିମନ୍ତେ ନିର୍ଦ୍ଦେଶ  ଦିଆଯାଇଥିଲା ।  ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲାପାଳ ମୟୁରଭଞ ବ୍ରଜବନ୍ଧୁ ଭୋଳ , ବାରିପଦା ଉପଜିଲାପାଳ ମହମଦ ଅବଦାଲ ଅଖତାର  , ବାରିପଦା ବନଖଣ୍ଡ ଅଧିକାରି ସ୍ୱୟମ ମଲିକ ପ୍ରମୁଖ ସମେତ ଜିଲାସ୍ତରୀୟ ବିଭିନ୍ନ ପଦାଧିକାରୀ , ବାରିପଦା ଉପଖଣ୍ଡର ସମସ୍ତ ବିଡିଓ ,ତହସିଲଦାର ଏବଂ ସଂପୃକ୍ତ ଲାଇନ ବିଭାଗ ଅଧରକାରୀମାନେ ଉପସ୍ଥିତ ଥିଲେ । ଜିଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଏବଂ ପିଜିସେଲ ନୋଡାଲ ଅଧିକାରୀ ବାବଜୀ ଚରଣ ସିଂ ଶିବିର ପରିଚାଳନାରେ ସହେଯାଗ କରିଥିଲେ ।

 

0
0
0
s2sdefault