ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବୈଶ୍ୟ ସଂଘ ପକ୍ଷରୁ ଗୁଣପୁରରେ ପ୍ରତିଷ୍ଠିତ ଶ୍ରୀ କନ୍ୟକା ପରମେଶ୍ଵରୀ ଙ୍କ ମନ୍ଦିରର 25 ତମ ବାର୍ଷିକୀ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏ ଅବସରରେ ସକାଳ ସମୟରୁ ଦିନ ତମାମ ପଞ୍ଚାମୃତ ସ୍ନାନ, ଅଭିଷେକ , କୁଙ୍କୁମ ପୂଜା , ହୋମ ଆଦି ଅନୁଷ୍ଠିତ କରାଇ ,ମାଆ କନ୍ୟକା ପରମେଶ୍ବରି ଙ୍କୁ ରାଜରାଜେଶ୍ୱରି ବେଶ ରେ ବିଭିନ୍ନ ଅଳଙ୍କାର ରେ ସୁସଜ୍ଜିତ କରି ଥିଲେ । ସନ୍ଧ୍ୟା ସମୟରେ ଉତ୍ସବ ମୂର୍ତ୍ତି କୁ ନଗର ପରିକ୍ରମା କରାଇ ବହୁ ଆଡମ୍ୱର ସହକାରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଗୁଣପୁର ଓ ମନ୍ଦିର ଅଞ୍ଚଳ ଆଜି ଉତ୍ସବ ମୁଖରିତ ହୋଇଥିଲା । ସମସ୍ତ ଭକ୍ତ ଆଜି ଆଧ୍ୟାତ୍ମିକ ବାତାବରଣରେ ରହି ଉଲ୍ଲସିତ ମନରେ ମାଆ କନ୍ୟକା ପରମେଶ୍ବରୀ ଙ୍କୁ ଦର୍ଶନ କରିଥିଲେ। ମନ୍ଦୀର ରେ ପ୍ରସାଦ ସେବନ ସମୟରେ ପ୍ରବଳ ଭିଡ ଜମିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଗୁଣପୁର ଯୁବ ବୈଷ୍ୟ ସଂଘ ସଦସ୍ୟ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ
ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିଥିଲେ ।








