ହେଡଲାଇନସ୍:

ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମଗ୍ର ଶିକ୍ଷା,ନୟାଗଡ଼ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ସ୍ଥାନୀୟ କେସି କ୍ଲବ ସମ୍ମିଳନୀ କକ୍ଷରେ ମହା ସମାରୋହରେ ପାଳିତ ହୋଇଯାଇଛି। ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକା ରାଜଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅର୍ଚ୍ଚନା କଂହର, ଗଣିଆ ଉନ୍ନୟନ କମିଟି ସମ୍ପାଦିକା ଉଷା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଅତିଥିମାନେ କନ୍ୟା ସନ୍ତାନ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗୋଷ୍ଠୀର ସହାୟତା ଏବଂ କନ୍ୟା ସନ୍ତାନ ମାନଙ୍କ ଆତ୍ମ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରରେ ଆୟୋଜିତ ୬ଟି ବିଭାଗରେ ଉଭୟ ବରିଷ୍ଠ ଏବଂ କନିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ୧୮ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏନଏସି ଉଚ୍ଚ ବିଦ୍ୟାଳୟ, ବିରୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କଲେଜ ଲେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବେଟି ବଚାଓ,ବାଳିକା ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନଧର୍ମୀ ନୃତ୍ୟ,ନାଟକ ଆଦି ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରଦୀପ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ସୁଶ୍ରୀ ଶ୍ରାବଣୀ ମିଶ୍ର ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ।

0
0
0
s2sdefault