ନୟାଗଡ଼,(ଲକ୍ଷ୍ମୀଧର ସାହୁ):ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇବା ପରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହାକୁ 5T ଅଧୀନରେ ରୂପାନ୍ତରିଣ କାର୍ଯ୍ୟ କରି ଏହାର ଭିତ୍ତିଭୂମିରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି l ଅଦ୍ୟାବଧି ବିଦ୍ୟାଳୟର ଦୁଇଟି ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ବିଜ୍ଞାନାଗାର ଓ ଇ - ଲାଇବ୍ରେରୀ ଗୃହ କାର୍ଯ୍ୟ ଚାଲୁରହିଛି l ତତ୍ ସହିତ ବିଦ୍ୟାଳୟ ହତାର ନକ୍ସା ବଦଳା ଯାଇ ନୂଆ ରୂପରେ ସାଜସଜା କାର୍ଯ୍ୟ ମଧ୍ୟ ଚାଲୁ ରହିଛି l ନୂତନ ରାସ୍ତା ଓ ବିଦ୍ୟାଳୟ ଫାଟକ କାର୍ଯ୍ୟ ପାଇଁ କାମ ଆରମ୍ଭ ହୋଇଛି l ବିଦ୍ୟାଳୟର ରୂପାନ୍ତରିତ ନୂଆ ରୂପରେଖକୁ ଦେଖିବା ପାଇଁ ଶତାଧିକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ l ପୁରାତନ ଛାତ୍ର ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ନାରାୟଣ ସାହୁ ଓ ଭଗବାନ୍ ଜେନାଙ୍କ ଆବାହକତ୍ୱରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ର ହୋଇ ବିଦ୍ୟାଳୟ ଶ୍ରେଣୀଗୃହ ହତା ବୁଲିଦେଖିଥିଲେ l ସରକାରଙ୍କ ଉତ୍ତମ ପଦକ୍ଷେପ, ଜିଲ୍ଲା ପ୍ରଶାସନର ସହଯୋଗ ତଥା ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ବିଦ୍ୟାଳୟର ନବକଳେବର ଘଟିଥିବାରୁ ସଭିଏଁ ସରକାର ତଥା ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ l ପରେ ପରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସମସ୍ତ ଛାତ୍ରଛାତ୍ରୀ ନିଜ ଅତୀତର ସ୍ମୃତିଚାରଣ କରିବା ସହିତ ଆଗାମୀ ଦିନରେ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ l ସମସ୍ତଙ୍କ ସହମତିରେ ଆଗାମୀ ଫେବୃଆରୀ ୧୮ ତାରିଖ ଦିନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ପର୍ବ ଅନୁଷ୍ଠିତ କରାଇବା ପାଇଁ ପ୍ରସ୍ତାବ ଗୃହୀତ ହେଲା l ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଆଗାମୀ ବାର୍ଷିକ ଉତ୍ସବ ପୂର୍ବରୁ ସମସ୍ତ ନିର୍ମାଣ କାର୍ଯ୍ୟ ସମେତ ସ୍କୁଲ୍ ହତା ସଜାଡ଼ିବା ପାଇଁ ଅନୁରୋଧ କରାଗଲା l ସମସ୍ତ ବ୍ୟାଚର ଛାତ୍ରଛାତ୍ରୀଙ୍କ ନେଇ ଗୋଟିଏ ହ୍ୱାଟସପ୍ ଗ୍ରୁପ୍ ଗଠନକରି ତୁରନ୍ତ ଆନୁସଙ୍ଗିକ ବାର୍ତ୍ତା ଅନ୍ୟ ମାନଙ୍କୁ ପ୍ରଦାନ ନିମନ୍ତେ ପ୍ରସ୍ତାବ ଗୃହୀତ କରାଗଲା l ଆଗାମୀ ଉତ୍ସବରେ ମାନ୍ୟବର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅତିଥି ଭାବରେ ନିମନ୍ତ୍ରିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା l ଆଜିର ସଭାରେ ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପ୍ରଧାନ, ଗଙ୍ଗାଧର ସାହୁ, ରାଜ କିଶୋର ସାହୁ, ସେକ୍ ନଇମ, ଏମ. ଡି. ବେଲାଲ, ପ୍ରାଧ୍ୟାପକ୍ ଉମାର ମଲିକ, ଶାହାଜାହାନ ମଲିକ, ଟିକିନା ପଟ୍ଟନାୟକ, ଅମଜାଦ ଖାଁ, ଗୋଲାବ୍ ଖାଁ, ସନ୍ତୋଷ କୁମାର ସାହୁ, ବିଜୟ ପୃଷ୍ଟି, ନାରାୟଣ ସାହୁ, ପ୍ରମୋଦ କୁମାର ବେହେରା ଓ ଭଗବାନ୍ ଜେନା ପ୍ରମୁଖ ବାଲ୍ୟ ଜୀବନରେ ବିଦ୍ୟାଳୟର ସ୍ମୃତିଚାରଣ କରିଥଲେ l ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟର ଭବ୍ୟ ଫାଟକ ନିମନ୍ତେ ସାତ ଲକ୍ଷ ଟଙ୍କା ପଞ୍ଚାୟତ ଫଣ୍ଡରୁ ଦେବାପାଇଁ ଘୋଷଣା କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ଓ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ ସହଯୋଗ କରିଥିଲେ l ପରିଶେଷରେ ଆଲୁମିନି କମିଟି ସଦସ୍ୟ ଶେଖ୍ ମଜହର୍ ଧନ୍ୟବାଦ ଦେଇଥିଲେ l
ରାଜ୍ୟ
ଫେବ୍ରୁଆରୀ ୧୮ରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସଵ
- Hits: 234







