ହେଡଲାଇନସ୍:

ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ଭାଇସ୍ ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ଦାସ ନିଜ ବକ୍ତବ୍ୟରେ କହିଲେ ଯେ ବ୍ୟକ୍ତିଗତ ଆମୋଦ ଏବଂ ସାମାଜିକ ଉପଯୋଗିତା ସହିତ ଜାତୀୟ ଜୀବନ ଗଠନରେ କ୍ରୀଡ଼ାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି । କ୍ରିଡ଼ା ଆମ ମାନଙ୍କ ମଧ୍ଯରେ କିପରି ଫୁର୍ତ୍ତି ଭରିଦିଏ ଓ ଏହା ଆମ ସ୍ବାସ୍ଥ୍ୟପାଇଁ କେତେ ଆବଶ୍ୟକ ଶ୍ରୀ ସଞ୍ଜୟ ସାହୁ କହିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଜଗଦିଶ ଖୁଣ୍ଟିଆ, ପ୍ରିୟଙ୍କା ପାଢ଼ୀ, ଅର୍ଚ୍ଚନା ଚାନ୍ଦ,ଲୋହା ବାଉରୀ, ମହାଲକ୍ଷ୍ମୀ ଦାସ,ଶାଶ୍ଵତୀ ବେହେରା, ସୁଜାତା ନାଏକ,ଅଭିଳାଷ ଦାସ,ପ୍ରବିଣ ମିଶାଲ, ମନସ୍ବିନୀ ବେହେରା, ତୃପ୍ତିମୟୀ ବେହେରା,ସୌମୀତ୍ରି ସାହୁ,ରାଜିବ ପଣ୍ଡା,ପ୍ରଫୁଲ୍ଲ ପଟ୍ଟନାୟକ,ସୋନାଲି ଦାସ,ପ୍ରଫୁଲ୍ଲ ମହାନ୍ତି,ବିଷ୍ଣୁ ରଥ,ବାବୁଲା ଦାସ,ରବି ଗୌଡ,ରାଜକୁମାର ବିଡ଼ିକା,ଏଲ.ଏନ୍. ପାଢ଼ୀ,ମମତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

 

0
0
0
s2sdefault