ହେଡଲାଇନସ୍:

ଦାମଙ୍କ ଦୁର୍ନୀତି-ଭ୍ରାଷ୍ଟାଚାର ବିରୋଧୀ ସମାବେଶକୁ କୁଡ଼ୁମୀ ମହାନ୍ତ ମହାସଭାର ସମର୍ଥନ ଖବର ମିଛ ଚକ୍ରାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଛଉ ପଡ଼ିଆଠାରେ ଅକ୍ଟୋବର ୨୧ରେ ଆୟୋଜିତ ଦୁର୍ନୀତି-ଭ୍ରାଷ୍ଟାଚାର ବିରୋଧୀ ସମାବେଶକୁ କୁଡ଼ୁମୀ ମହାନ୍ତଙ୍କ ସମର୍ଥନ ଖବର ଏକ ଚକ୍ରାନ୍ତ । କେତେକ ବ୍ୟକ୍ତି ଓଡ଼ିଶା କୁଡ଼ୁମୀ ମହାନ୍ତ ମହାସଭା ନାମରେ ମିଛ ଲୋଗୋ ବ୍ୟବହାର କରି ଦୁର୍ନୀତି-ଭ୍ରାଷ୍ଟାଚାର ବିରୋଧୀ ସମାବେଶକୁ କୁଡ଼ୁମୀ ମହାନ୍ତ ମହାସଭା ସମର୍ଥନ ଦେଉଛି ଏବଂ ଉକ୍ତ ସମାବେଶକୁ ସଫଳ କରାଇବା ନିମନ୍ତେ ଲିଫଲେଟ ଛପାଇ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଇଥିଲେ । ଏହି ପ୍ରଚାର ପତ୍ର ମହାସଭା ସଦସ୍ୟମାନଙ୍କର ହସ୍ତଗତ ହେବା ପରେ ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ କୁଡ଼ୁମୀ ମହାସଭା ପକ୍ଷରୁ ଏକ ଜରୁରୀ ବୈଠକ ପ୍ରଦୀପ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ବସି ଦୃଢ଼ ଭାବେ ନିନ୍ଦା କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାରେ କୁଡ଼ୁମୀ ମହାସଭା ନାମରେ ପ୍ରଚାର ପତ୍ର ବଣ୍ଟନକୁ ଖଳ ପ୍ରକୃତିର ବ୍ୟକ୍ତି ବିଶେଷମାନଙ୍କର ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି କହିଥିଲେ । କୁଡ଼ୁମୀ ମହାସଭା ପକ୍ଷରୁ ଦୁର୍ନୀତି-ଭ୍ରାଷ୍ଟାଚାର ବିରୋଧୀ ସମାବେଶକୁ ଅଥବା ଦୁର୍ନୀତି-ଭ୍ରାଷ୍ଟାଚାର କ୍ରିୟାନୁଷ୍ଠାନ କମିଟିକୁ କୌଣସି ସମର୍ଥନ ପ୍ରଦାନ ଖବରକୁ ଦୃଢ଼ ଭାବେ ଖଣ୍ଡନ କରିବା ସଂଗେସଂଗେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ଏହି ଧରଣର ହୀନ କାର୍ଯ୍ୟ ଚଳାଇ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ନିଜକୁ ଦୂରେଇ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ. ହୃଦାନନ୍ଦ ମହାନ୍ତ , ମୁଖ୍ୟ ବକ୍ତା ଭାବେ ଡ଼ଃ. ମନୋଜ କୁମାର ମହାନ୍ତ, ସମ୍ମାନୀତ ଅତିଧି ଭାବେ ଚିତ୍ତରଞ୍ଜନ ମହାନ୍ତ, ନିରଞ୍ଜନ ମହାନ୍ତ, ଆଇନଜୀବୀ ପଦ୍ମ ଲୋଚନ ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କେଉଁଝର ଜିଲ୍ଲାର ନଳପଙ୍ଗ ଗ୍ରାମରେ କୁଡ଼ୁମୀ ମହାନ୍ତମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଉପରେ ଏକ ନିନ୍ଦା ପ୍ରସ୍ତାବ ଓ ଆସନ୍ତା ନଭେମ୍ବର ୨ରେ ଓଡ଼ିଶା କୁଡ଼ୁମୀ ସମାଜ କେଉଁଝର ଜିଲ୍ଲା କାର୍ଯ୍ୟାଳୟକୁ ଘେରାଉ କରି ଅଚଳ କରିବାର ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ. ଭକ୍ତହରି ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ପଦ୍ମ ଲୋଚନ ମହାନ୍ତ, ହେମନ୍ତ କୁମାର ମହାନ୍ତ, ରବୀନ୍ଦ୍ର ମହାନ୍ତ, ସଞ୍ଜୀବ କୁମାର ମହାନ୍ତ, ପର୍ଶୁରାମ ମହାନ୍ତ, ଭୂବନ ବିହାରୀ ମହାନ୍ତ, କାଳି ଚରଣ ମହାନ୍ତ, ଆଇଜୀବୀ ଅଶ୍ୱନୀ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବୈଠକରେ ଶେଷରେ କୃପାସିନ୍ଧୁ ମହାନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ ଫେବୃଆରୀ ୨ ମୟୂରଭଞ୍ଜ ଜିଲ୍ଲାର ଯଶିପୁରଠାରେ ଆୟୋଜିତ ସାଧାରଣ ସଭାରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରାଇବା ନିମନ୍ତେ କେନ୍ଦ୍ରକୁ ସୁପାରିଶ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଦାମବାବୁଙ୍କୁ ଭଙ୍ଗୁଆରିଗୁଣ ପାଇଁ ଏହା ସମ୍ଭବ ହୋଇପାରି ନ ଥିଲା ବୋଲି କୁଡ଼ୁମୀ ସମ୍ପ୍ରଦାୟର ନେତା ସତ୍ୟନାରାୟଣ ମହାନ୍ତ କହିଛନ୍ତି ।

0
0
0
s2sdefault