ହେଡଲାଇନସ୍:

ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ପବିତ୍ର ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଶାସକ ପ୍ରଶାସକ): ଜାତିର ଜନକ, ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତ ସ୍ଥିତ ଭବାନୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ତ ଗାନ୍ଧୀ ସ୍ମାରକୀ ପୀଠରେ ଜାତିର ପିତା ଗାନ୍ଧିଜୀଙ୍କ ପବିତ୍ର ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି l ଜାତିର ପିତା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତି ସଭା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ଅଭୟ କୁମାର ଦାସ ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସାମ୍ୱାଦିକ ତଥା ସମାଜସେବୀ ଶଶିଭୂଷଣ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ କବି ପ୍ରଫୁଲ୍ଲ କୁମାର ସିଂହ, ପ୍ରମୋଦ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଦେବେନ୍ଦ୍ର ଷଡ଼ଙ୍ଗୀ, ଗଗନ ଦାସ, ପବିତ୍ର ଦାସ, କାଳୀନ୍ଦୀ ଦାସ, ରାଜକିଶୋର ଦାସ, ଅମୀୟଜ୍ୟୋତି ଦାସ, ପ୍ରମୋଦ ପ୍ରଧାନ ଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦାନ କରିଥିଲେ l ଶେଷରେ ସମାଜସେବୀ ଜଗନ୍ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault