ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ୬ ଦଫା ଦାବୀ ପୂରଣ ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆଜି ଜିଲ୍ଲା ବନ୍ଦ ଡାକରା ର ପ୍ରଭାବ ଡାବୁଗାଁ ରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓଙ୍କ ନେତୃତ୍ୱରେ ଆଜି ଡାବୁଗାଁ ରେ ୧୨ ଘଣ୍ଟିଆ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଥିଲା। ବିଜେପି ତରଫରୁ ଗତକାଲି ଠାରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ୬ ଦଫା ଦାବୀ ପୂରଣ ନେଇ ବନ୍ଦ ପାଳନ ରେ ସହଯୋଗ ଓ ସଫଳ କରିବା ପାଇଁ ଗାଁ ରେ ପ୍ରଚାର କରାଯାଇଥିଲା। ସକାଳୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ପିକେଟିଂ କରିଥିଲେ।ପରେ ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଚାରି ଛକ ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ କରିବା ସହ ଗାଡି ଚଳାଚଳ ବନ୍ଦ କରିଥିଲେ। ଏଥିରେ ଡାବୁଗାଁ ର ସମସ୍ତ ଦୋକାନ ବଜାର ସହ ସରକାରୀ , ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ,ଶିକ୍ଷାନୁଷ୍ଠାନ,କଲେଜ ଆଦି ବନ୍ଦ ରହିଥିଲା। ଅତ୍ୟାବଶ୍ୟକୀୟ ଯାନ ବାହାନ ତଥା ଏମ୍ବୁଲାନ୍ସ କୁ ଛାଡି ଦେଲେ ସମସ୍ତ ତିନି ଚକିଆ, ୪ ଚକିଆ ଓ ଭାରି ଯାନ ଚଳାଚଳ ବନ୍ଦ ରହିଥିଲା। ୬ ଦଫା ଦାବୀ ମଧ୍ୟରେ ଜୟପୁର ଠାରୁ ନବରଙ୍ଗପୁର ପ୍ରସ୍ତାବିତ ରେଳପଥ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ ସୁଦ୍ଧା ଆବଶ୍ୟକୀୟ ଜମି ସରକାର ଯୋଗାଇ ନ ଥିବା ରୁ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନାହିଁ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ ଜିଲ୍ଲା ସ୍ତରୀୟ ନିଯୁକ୍ତି, ଜିଲ୍ଲା ର ସର୍ବ ପୁରାତନ ନବରଙ୍ଗପୁର ଓ ଉମରକୋଟ ର ପେଣ୍ଡରାଣି ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ, ଉମରକୋଟ ରେ ପ୍ରସ୍ତାବିତ ୫୦୦ କୋଟି ର ଇଥାନଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ରେ ବିଳମ୍ବ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ସହ ଉମରକୋଟ ଜୋନାଲ ହସ୍ପିଟାଲ କୁ ସବ ଡିଭିଜନାଲ ହସ୍ପିଟାଲ ର ମାନ୍ୟତା, ଉମରକୋଟ ରେ ବ୍ଲଡ ବ୍ୟାଙ୍କ ନିର୍ମାଣ, ତଥା ଉମରକୋଟ କୁ ସବ ଡିଭିଜନ ର ମାନ୍ୟତା ପ୍ରଦାନ ଆଦି ରହିଛି। ଏହି ବନ୍ଦ ପାଳନ ସମୟରେ ଡାବୁଗାଁ ବିଜେପି ର ବରିଷ୍ଠ ନେତା ଦିବାନ ସିଂ,ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ,କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର, ଡାବୁଗାଁ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ୱାଇ ରାଜ ଶେଖର ଦୋରା, ବୋରୀଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା,ଲକ୍ଷ୍ମୀଧର ନାୟକ,ଜି ସତ୍ୟା ରାଓ, ନରେଶ ସିଂ, ରତନ କଲାର, ନୂରୁ ସିଂ, ଭୀମସେନ ଜେନା, ଯାଦବ ବିଶୋଇ, ବନ୍ଧୁ ମାଝୀ, ପଙ୍କୋଜ ମାଝୀ, ମହେଶ ପାତ୍ର ଓ ସୁରୁ ନାନା ସହ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
୬ ଦଫା ଦାବୀ ପୂରଣ ନେଇ ବିଜେପି ର ୧୨ ଘଣ୍ଟିଆ ବନ୍ଦ ପାଳନ
- Hits: 361







