(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ନେମାଳ ପଞ୍ଚାୟତରେ ଉଦଘାଟିତ ହୋଇଛି । ନେମାଳ ପଞ୍ଚାୟତରେ ଯୁବନେତା ଅଚ୍ୟୁତାନନ୍ଦ ଦାସଙ୍କ ପୌରହିତ୍ୟରେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏଥିରେ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ,ସରପଞ୍ଚ ସସ୍ମିତା ମହାନ୍ତି, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ବ୍ଳକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ଅମୀୟ ମହାନ୍ତି, ବିମଳ ଦାସ,ବଳଦେବାନନ୍ଦ ଦାସ, ହିମାଂଶୁ ଦାସ, ସୁନାକର ସାହୁ, ଜଗବନ୍ଧୁ ସେଠୀ, ସରପଞ୍ଚ ସ୍ୱାଧୀନ ଭୂୟାଁ, ସରୋଜ ବେହେରା,ଦିଲ୍ଲୀପ ବିଶ୍ଵାଳ, ରମାକାନ୍ତ ବେହେରା, ପଦ୍ମାବତୀ ସାହୁ,ରମେଶ ସାହୁ, ଭଇରବ କାଷ୍ଟ, ସୁବାଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ନେମାଳ ପଞ୍ଚାୟତରୁ ୩୭ଟି ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ଲୋକମାନେ ପ୍ରସ୍ତାବ ଆଗତ କରିଥିଲେ l ପ୍ରଥମେ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଲଇଡ଼ି ରଥ ମାଧମରେ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା l ଏହାଛଡା ପଞ୍ଚାୟତରେ ଲୋକମାନଙ୍କୁ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ଏକ ସଚେତନତା ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା ।
ରାଜ୍ୟ
ନେମାଳରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ l
- Hits: 390







