ହେଡଲାଇନସ୍:

ବଢୁଛି ଅତ୍ୟାଚାର, ପ୍ରଶାସନ ନିରବ ଦ୍ରଷ୍ଟା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ : କେନ୍ଦୁଝର ଜିଲ୍ଲା ପଂଡାପଡା ନିକଟସ୍ତ ନଳ ପଙ୍ଗା ଗ୍ରାମର ମହାନ୍ତ କୁଡୁମି ମାନଙ୍କର ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିବାକୁ ଯାଉଅଛି l ଆଦିବାସୀ ( ଜୁଆଙ୍ଗ ) ସମ୍ପ୍ରଦାୟ ବହୁଳ ଏହି ଗ୍ରାମର ସତେଇସିଟି ମହାନ୍ତ ପରିବାରର ପ୍ରାୟ ବାସ୍ତୋରି ଏକର ପଟା ଜମିକୁ ଜୁଆଙ୍ଗମାନେ ଜୋର ଜବରଦସ୍ତ କବ୍ଜା କରିନେଇ ଅନ୍ୟାୟ ଅତ୍ୟାଚାର କରିଚାଲିଛନ୍ତି l ମହାନ୍ତ ମାନଙ୍କର ପିଲା ଛୁଆ ,ମହିଳା ,ପୁରୁଷ ଏମିତିକି ଗାଈ ଗୋରୁ ମାନଙ୍କୁ ମଧ୍ୟ୍ୟ ବାଟରେ ଦାଣ୍ଡରେ ଚାଲିବାକୁ ଦେଉନାହାନ୍ତି l ବିଭିନ୍ନ ଅଶ୍ଳୀଳ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ଜୋର ଜବରଦସ୍ତ ଘରେ ପସି ମହିଳାମାନଙ୍କ ଉପରେ ଅତ୍ୟାଚାର କରି ଚାଲିଛନ୍ତି l ଦୀର୍ଘ ଦୁଇ ହଜାର ପନ୍ଦର ମସିହାରୁ ଏହl ଚାଲିଥିଲେ ମଧ୍ୟ୍ୟ ପ୍ରଶାସନ ଏଥି ପ୍ରତି ଆଖି ବନ୍ଦ କରି ବସିଛି ଲ ଅନେକ ଥର ଏନେଇ ଥାନା ,ଆରା ଇ ,ତହସିଲଦାର , କଲେକଟର ସମସ୍ତଙ୍କୁ ଅଭିଯୋଗ କରି ଥିଲେ ସୁଦ୍ଧା ଏହାକୁ ଗୁରୁତ୍ବ ବା କର୍ଣପାତ କରି ନାହାନ୍ତି l ପ୍ରଶାସନର ଏପରି ଘୋର ଅନ୍ୟାୟ ବିରୁଦ୍ଧରେ ଆଗାମୀ ନଭେମ୍ବର ୨ ତାରିଖରେ ସାରା ଓଡ଼ିଶାର କୋଣ ଅନୁ କୋଣ ରୁ ହଜାର ହଜାର ମହାନ୍ତ ମାନେ ଆସି କେନ୍ଦୁଝର ଜିଲ୍ଲା କଲେକଟର ଅଫିସ ଘେରାଉ କରାଯିବାକୁ ସ୍ଥିର କରାଯାଇଅଛି l ଏବଂ ଏହାର ଏକ ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ତର ହେବ ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରାଯାଇଅଛି |

0
0
0
s2sdefault