ହେଡଲାଇନସ୍:

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ପ୍ରଭାରୀ ଓ ସହପ୍ରଭାରୀ ତାଲିକା ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ପାଇଁ ରାଜ୍ୟ ପ୍ରଭାରୀ ଭାବେ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀଭାବେ ଲତା ଉସେଣ୍ଡିଙ୍କୁ ଦାୟିତ୍ୱ ପ୍ରଦାନ

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି 

ଭୁବନେଶ୍ୱର, ତା.୨୭/୦୧: ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୧୬ଟି ରାଜ୍ୟ ଏବଂ ୭ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଦଳୀୟ ପ୍ରଭାରୀ ନିଯୁକ୍ତି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ।  ଓଡ଼ିଶା ପାଇଁ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବାବେଳେ ଶ୍ରୀମତୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ତୋମାର ଉତର ପ୍ରଦେଶରୁ ସାଂସଦ ଏବଂ ଶ୍ରୀମତୀ ଉସେଣ୍ଡି ଛତିଶଗଡରେ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ଉଭୟ ରାଜ୍ୟରେ ବିଜେପି ସରକାର ଗଠନରେ ଶ୍ରୀ ତୋମାର ଓ ଶ୍ରୀମତୀ ଲତା ଉସେଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ୨ଜଣଙ୍କ ରାଜନୈତିକ ଏବଂ ସାଂଗଠନିକ ଦକ୍ଷତା ଓଡିଶାରେ ବିଜେପି ସରକାର ଗଠନ କରିବାର ବେଶ୍ ସହାୟକ ହେବ । ଓଡିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସରକାର ଗଠନ ପାଇଁ ଏଭଳି ଦକ୍ଷ ନେତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ବର୍ତ୍ତମାନ ସେ ଆସାମ ଓ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଏବେ ଲୋକସଭା ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ମିଳିଛି । ତେଣୁ ଉତ୍ତର ପ୍ରଦେଶ ଭଳି ଏକ ବିଶାଳ ତଥା ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଯୋଗୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ବୈଜୟନ୍ତ ଓଡିଶା ରାଜନୀତିରୁ ଦୁରେଇ ରହିବ ସ୍ୱାଭାବିକ | ତାଙ୍କର ନିର୍ବାଚନ ନ ଲଢ଼ିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି | 

0
0
0
s2sdefault