ହେଡଲାଇନସ୍:

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜାନୁଆରୀ ୨୭: ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆର କୁଳାଧିପତି ପ୍ରଫେସର (ଡଃ) ଅମିତ ବାନାର୍ଜୀ ଜାତୀୟ ପତାକା ଉତ୍ତେ।ଳନ କରି ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଭାରତର ନାଗରିକମାନେ, ବିଶେଷକରି ଯୁବଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ଗଠନ କରିବାର ଶକ୍ତି ସେମାନଙ୍କ ପାଖରେ ଅଛି ବୋଲି ପରେଡରେ ଅଭିବାଦନ ଗ୍ରହଣ କରି ସେ କହିଥିଲେ ।

ରାଷ୍ଟ୍ର ନିର୍ମାଣ ଏକ ଦିନର କାର୍ଯ୍ୟକ୍ରମ ନୁହେଁ ଏବଂ ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମସ୍ତ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ ଅଟେ । ଏହା ଏକ ବୋଝ ନୁହେଁ ବରଂ ଏକ ସୌଭାଗ୍ୟ । ଶିକ୍ଷା, ସ୍ୱାସ୍ଥ୍ୟସେବା, ଅର୍ଥନୀତି, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସାମାଜିକ ନ୍ୟାୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଏବଂ ଆକାଂକ୍ଷା ପାଇଁ ଗର୍ବିତ ହେବାର କାରଣ ରହିଛି ବୋଲି ପ୍ରକାଶ କରି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଭାରତ ପୃଥିବୀର ଏକ ଦ୍ରୁତତମ ବୃଦ୍ଧି ପାଉଥିବା ତଥା ପ୍ରଭାବଶାଳୀ ଦେଶ ଭାବରେ ଉଭା ହୋଇଛି ।

ବିଶ୍ୱବିଦ୍ୟାଳୟର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ, ଛାତ୍ର ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ । ସୋଆ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ, ସୋଆ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଏବଂ ସିକ୍ୟୁରିଟି ୱିଙ୍ଗ ଅଂଶଗ୍ରହଣ କରିଥିଲେ । ପ୍ୟାରେଡରେ ଉତ୍କର୍ଷତା ନିମନ୍ତେ ଯୁକ୍ତ ଦୁଇ ବିଜ୍ଞାନ କଲେଜ, ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଏବଂ ଏନଏସଏସକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ୟାରେଡକୁ ନେତୃତ୍ବ ଦେଇଥିବା ଏନସିସିର ବରିଷ୍ଠ ଅଫିସର ଶ୍ରୀ ରଣବୀର ସିଂ ଏବଂ ଜୁନିଅର ଅଫିସର ଶ୍ରୀ ପୁଟା ସିଦ୍ଧାର୍ଥଙ୍କୁ ଏହି ଅବସରରେ କୁଳାଧିପତି ତଥା କୁଳପତି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଫେସର (ଡଃ) ବାନାର୍ଜୀ ସୋଆରେ ପଢୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ବୋଧିତ କରି ସେମାନଙ୍କୁ କ୍ୟାମ୍ପସର ଏକାଡେମିକ୍ ଏବଂ ସାଂସ୍କୃତିକ ବିବିଧତାକୁ ସମୃଦ୍ଧ କରିବାକୁ ଆହ୍ବାନ ଦେଇଥିଲେ । ଏହାଦ୍ବାରା ଭାରତ ଏବଂ ସେମାନଙ୍କ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ବୃଦ୍ଧି ହୋଇ ପାରିବ ବୋଲି ସେ କହିଥିଲେ।

କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ତ୍ରିରଙ୍ଗ। ଉତ୍ତୋଳନ କରିଥିଲେ। ଗତବର୍ଷ ରେ ଭାରତର ବିଭିନ୍ନ ସଫଳତା କୁ ଉଲ୍ଲେଖ କରି ଚନ୍ଦ୍ରାୟନ କାର୍ଯକ୍ରମ ର ସଫଳତା ତଥା ଦେଶକୁ ଡିଜିଟାଲ୍ କରିବା ଦିଗରେ ଅଗ୍ରଗତି ଉଲ୍ଲେଖନୀୟ ସଫଳତା ବୋଲି କହିଥିଲେ । ସ୍ୱାସ୍ଥ୍ୟସେବା ସୁବିଧାର ପ୍ରସାର କରି ସୋଆ ରାଜ୍ୟରେ ଅତୁଳନୀୟ ଯୋଗଦାନ କରିପ।ରିଛି ବୋଲି କହି ନିକଟରେ ଫୁଲନଖରାରେ ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ୍ ଉଦଘାଟନ ହୋଇଥିବା ସେ ଉଲ୍ଲେଖ କରିଥିଲେ । ଖୁବ ଶୀଘ୍ର ଗଞ୍ଜାମ ଜିଲ୍ଲାର ସୀତଲାପାଲ୍ଲୀରେ ହସ୍ପିଟାଲର ଏକ ତୃତୀୟ କ୍ୟାମ୍ପସ ଉଦଘାଟନ କରାଯିବ ବୋଲି ସେ କହିଥିଲେ ।

ସୋଆର ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ବିଶ୍ୱବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏବଂ ଯୁଗ୍ମ ରେଜିଷ୍ଟ୍ରାର୍ ଶ୍ରୀ ଭୀଷ୍ମ ଚରଣ ଦାସ ଏବଂ ଶ୍ରୀ ଶଶାଙ୍କ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault