ହେଡଲାଇନସ୍:

ଶହ ଶହ ପଣ୍ଡିତ, ସାଧୁ ସନ୍ଥଙ୍କ ଉପସ୍ଥିତି ତଥା ଯଜ୍ଞ ଓ ଚଣ୍ଡୀପାଠର ପବିତ୍ର ଧ୍ଵନି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

  • ୨୦୦ କୋଟି ବିନିଯୋଗରେ ପ୍ରାୟ ୪୦ ଏକର ପ୍ରକଳ୍ପ ଅଞ୍ଚଳର ରୂପାନ୍ତର

  • ପ୍ରକଳ୍ପର ଶିଳ୍ପୀ ଓ କାରିଗର ମାନଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

  • ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ବରେଣ୍ୟ ବ୍ୟକ୍ତିଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ.

  • ମନ୍ଦିର ଠାରୁ ମହାନଦୀ ଘାଟଯାଏ ଦିବ୍ୟତା, ଭବ୍ୟତାର ସ୍ପର୍ଶ

  • ଏକ କିଲୋମିଟର ଦୀର୍ଘ ପରିକ୍ରମାର ସୁଯୋଗ, ୪ଟି ପ୍ରବେଶ ଦ୍ୱାର, ପୂଜକ ବିଶ୍ରାମାଗାର, ଦୀପ ଘର, ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ମହାନଦୀ ଘାଟର ନୈସର୍ଗିକ ରୂପାନ୍ତର, ଆଳତି ସ୍ଥାନର ବିକାଶ

  • ଦୈନିକ ୨୦ ହଜାର ରୁ ଅଧିକ ଭକ୍ତ ଆସିବେ, ପାର୍ବଣ ଦିନରେ ଏକ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ଆସିବାର ସମ୍ଭାବନା ,

  • ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତିରେ ଆସିବ ଉନ୍ନତି, ପଶ୍ଚିମ୍ ଓଡ଼ିଶାର କାରିଗର ଓ ବୁଣାକାର ହେବେ ଉପକୃତ

  • ମିଶନ ଶକ୍ତି କାଫେ ବୁଲି ଦେଖିଲେ, ମା ମାନଙ୍କ କାମର ପ୍ରଶଂସା କଲେ

  • 5T ଉପକ୍ରମରେ ରୂପାନ୍ତରଣର ଚରମ ନିଦର୍ଶନ ହେଉଛି ସମଲେଇ ପ୍ରକଳ୍ପ,

  • 5T ଅଧ୍ୟକ୍ଷଙ୍କ ନିଷ୍ଠାପର ଉଦ୍ୟମ, ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରୂପାନ୍ତରିତ ପୀଠ

  • ଦେଢ଼ ବର୍ଷର ରେକର୍ଡ ସମୟରେ ମା ଙ୍କ ପୀଠର ରୂପାନ୍ତର


Imageଭୁବନେଶ୍ଵର:  ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ, ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା। 5T ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ଶ୍ରୀ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ।

Imageମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଦୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, cafeteria, ଆଦି ନିର୍ମିତ ହୋଇଛି।

ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳ ରେ ପରିକ୍ରମା ର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ khandalites ପଥରରେ ନିର୍ମିତ ହୋଇଛି।

ପାର୍କିଂ ରେ ୨୦୦ ୪- ଚକିଆ ଗାଡ଼ି ଓ ୨୦ ବସ ରହିବାର ବ୍ୟବସ୍ଥା ହୋଇଛି।

ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ଥିଲେ।

ମହାନଦୀ ରିଭର୍ ଫ୍ରଣ୍ଟ ଦ୍ରୁଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି। ଆଳତି ପାଇଁ ୩୧ ମିଟର ର ପ୍ଲାଟଫର୍ମ କରାଯାଇଛି।

ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।

Imageସୂଚନା ଯୋଗ୍ୟ ଯେ ମା ଙ୍କ ପୀଠକୁ ଦୈନିକ ଏବେ ୫ ରୁ ଦଶ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାର ରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାର ମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ।

ମିଶନ ଶକ୍ତି କାଫେ ପରିଦର୍ଶନ କରି ମା ମାନଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ।

ଗୋପାଲ ଜୀଉ ମଠର ମହନ୍ତ ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ୍ ବିଭୂତିଙ୍କୁ ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟି ଥିଲେ । ସେମାନେ ହେଲେ ଶ୍ରୀ ହଳଧର ନାଗ, ଶ୍ରୀ ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ, ଶ୍ରୀ ଜୀତେନ୍ଦ୍ର ହରିପାଲ, ଶ୍ରୀ ବିନୋଦ ପଶାୟତ, ଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ଶ୍ରୀ କୈଳାସ ଚନ୍ଦ୍ର ମେହେର।

0
0
0
s2sdefault