ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ବନ୍ଧୁମିଳନ 2024 ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି ବୈଠକ ରେ ପ୍ରେସ ୟୁନିଅନ ଗୁଣପୁର ର ସଭାପତି ପ୍ରମୋଦ କୁମାର ସାହୁ ଓ ସଂଘ ର ସମସ୍ତ ସଭ୍ୟ ଯୋଗ ଦେଇ ଥିଲେ।
ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇ ଥିଲା।ନୂତନ ପ୍ରେସ ୟୁନିଅନ ଗୁଣପୁର ସଭାପତି ଭାବେ ତ୍ରିନାଥ ଖାଡ଼ଙ୍ଗା ସମ୍ପାଦକ ଭାବେ ବ୍ରଜ ପାଢ଼ୀ ଉପସଭାପତି ଭାବେ ରାମ ମହାନ୍ତି ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇଥିଲା । ପୂର୍ବତନ ପ୍ରେସ ୟୁନିଅନ ଗୁଣପୁର ସଭାପତି ପ୍ରମୋଦ କୁମାର ସାହୁ ନୂତନ ସଭାପତି ଏବଂ ନୂତନ କାର୍ଯ୍ୟକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।
ପ୍ରେସ ୟୁନିଅନ ର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ନଗର ସଭାପତି ରାମ ପଣ୍ଡା, ବ୍ଲକ ସଭାପତି ବାସା ଶତପଥୀ, ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଗୁଣୁପୁର ଥାନା ଅଧିକାରୀ ଉତ୍ତମ ନାୟକ, ଉପଖଣ୍ଡ ସୂଚନା ଅଧିକାରୀ ଧନୁର୍ଜୟ ବେହେରା ଯୋଗ ଦେଇ ପ୍ରେସ ୟୁନିଅନ ର ବିଗତ ଦିନ ର କାର୍ଯ୍ୟକ୍ରମ ଏବଂ ସେମାନଙ୍କ ସେବା ମନୋଭାବ କୁ ପ୍ରଶଂସା କରୁଥିଲେ। ଆଗାମୀ ଦିନରେ ପ୍ରେସ ୟୁନିଅନ ଗୁଣପୁର ପକ୍ଷରୁ କେଉଁ କାର୍ଯ୍ୟକ୍ରମ କରାଯିବ ତାଉପରେ ଆଲୋଚନା କରିଥିଲେ ।








