ହେଡଲାଇନସ୍:

"ପ୍ରତିଟି ମା ଜଣେ ଜଣେ ଦଶଭୁଜା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାହିତ୍ୟ ବାଟିକାର ଶାରଦୀୟ କବିତା ଆସର

ଯାଜପୁର( ଜୟଶଙ୍କର ଦାଶ) : ବ୍ୟାସସରୋବର ସାହିତ୍ୟ ବାଟିକାର ଶାରଦୀୟ କବିତା ଆସର, ଯାଜପୁର ରୋଡ଼ ଚୋରଦାସ୍ଥିତ ଦୁର୍ଗାମନ୍ଦିର ପରିସରରେ ବାଟିକାର ସଭାପତି ଗୁଣନିଧି ଗୁରୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସାହିତ୍ୟ ସମାରୋହର ଉଦ୍ଘାଟନୀ ଉତ୍ସବ ବିଦାୟୀ ପୈରାଧ୍ୟକ୍ଷା ଶ୍ରୀମତୀ ସବିତା ରାଉତଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ସଙ୍ଗେ ସଙ୍ଗେ ପଣ୍ଡିତ ଚାରଣ ଯୁଗଳକିଶୋର ମିଶ୍ର ବେଦପାଠ କରିଥିଲେ । ସଭା ପ୍ରାରମ୍ଭରେ ଉତ୍କଳ ସଂଗୀତ ଗାନ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଦାୟୀ ପୈରାଧ୍ୟକ୍ଷା ଶ୍ରୀମତୀ ସବିତା ରାଉତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ସାହିତ୍ୟ ଏକାଡେ଼ମୀର ଯାଜପୁର ଜିଲ୍ଲା ସଦସ୍ୟ ଶ୍ରୀମତୀ ସଂଯୁକ୍ତା ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ,ଯାଜପୁର ଜିଲ୍ଲା ଲେଖକ ସମ୍ମେଳନର ସଂପାଦକ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି,ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ଶିକ୍ଷକ ବିଜ୍ଞାନ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଦୟାନିଧି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ରମେଶ ମହାନ୍ତି ସଂପାଦକୀୟ ପାଠ କରିଥିଲେ । ବକ୍ତା ମାନେ ଶକ୍ତି ଉପାସନା ଉପରେ ଆଲୋକ ପାତ କରିଥିଲେ । ମା’ ଜଗତ ଜନନୀ ଦୁର୍ଗା ଆଦିଶକ୍ତି ରୁପରେ ଉଭାହୋଇ ଧରାଧାମରେ ଶାନ୍ତି ସ୍ଥାପନାପାଇଁ ଦୁଷ୍ଟ ଆସୁରିକ ଶକ୍ତି ମାନଙ୍କୁ ବିନାଶ କରିଥିଲେ । ଗୋଟିଏ ମା’ ପରିବାରରେ ଦଶପ୍ରକାରର ଦାୟିତ୍ୱ ତୁଲାଇ ଥିବାରୁ ସେମାନେ ଯେ ଜଣେ ଜଣେ ଦଶଭୁଜା, ଏ କଥାଟି ବକ୍ତବ୍ୟ ଛଳରେ କିଛି ମହିଳା ବକ୍ତା ମତ ପୋଷଣ କରିଥିଲେ ।

 ତାପରେ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନାର ପର୍ବ । ବିଭିନ୍ନ ଅନୁଷ୍ଠାନ ର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଏଥି ମଧ୍ୟରେ ରାଧାକୃଷ୍ଣ ସାହିତ୍ୟ ସଂସଦର ସଂପାଦକ-ଗୋକୁଳ ବିହାରୀ ପୃଷ୍ଟି, ଧରଣୀଧର ଦତ୍ତ ସ୍ମୃତି ସଂସଦର ସଂପାଦକ-କୁଳମଣି ଦତ୍ତ, ସରଗୀ ଫୁଲର ସମ୍ପାଦକ-ବାବୁଲାଲ ପଲେଇ,ଦଧିବାମନ ସାହିତ୍ୟ ସଂସଦର ସଂପାଦକ-ବୈଲୋଚନ ଜେନା, କାମୁଡେ଼ଇ ସାହିତ୍ୟ ସଂସଦ ର ସଭାପତି-ଶରତ କୁମାର ଦାସ, କାଶତଣ୍ଡି ପତ୍ରିକାର ସଂପାଦକ-ଅଚ୍ୟୁତାନନ୍ଦ ପାତ୍ର , ବ୍ରଜ ମହାନ୍ତି ସାହିତ୍ୟ ସଂସଦର ସଂପାଦକ-ବ୍ରଜ ମୋହନ ମହାନ୍ତି, ନୀଳାଚଳ ସାହିତ୍ୟ ସଂସଦର ସଂପାଦକ-ଅକ୍ଷୟ କୁମାର ଦାଶ, ମୃଗତନ୍ଦ୍ରାର ସଂପାଦିକା-ପ୍ରଣତି ହୋତା, ବଉଳଫୁଲର ସଂପାଦିକା-ବ୍ରଜେଶ୍ୱରୀ ସିଂହ ସମ୍ବର୍ଦ୍ଧିତ ହୋଇଥିଲେ । ପ୍ରଥମ ଅଧିବେଶନର ଶେଷରେ ବାଟିକାର କୋଷାଧ୍ୟକ୍ଷ ନିତ୍ୟାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଦ୍ୱିତୀୟ ଅଧିବେଶନର କବିତା ପାଠୋତ୍ସବ ବ୍ରଜେଶ୍ୱରୀ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ମଞ୍ଚ ପରିଚାଳନା ଦାୟିତ୍ୱ ସ୍ମୃତିଲିପିର ସଂପାଦକ ଭୂବନମୋହନ ମହାନ୍ତି ତୁଲାଇଥିଲେ । ସଂଧ୍ୟାରାଣୀ ପୃଷ୍ଟି,ଶରତ କୁମାର ଦାସ, ମଧୁସୂଦନ ମହାପାତ୍ର କବିତା ପାଠୋତ୍ସବର ସଂଯୋଜନା ଦାୟିତ୍ୱ ତୁଲାଇଥିଲେ ।

ଏହି ସାହିତ୍ୟ ସମାରୋହରେ ଶତାଧିକ କବି କବିତା ପାଠ କରିଥିଲେ । କବି କୂଳମଣି ଦତ୍ତ,ନରହରି ରାଉତ,ବିନୋଦ ବିହାରୀ ସାହୁ, ସୁକର୍ଣ୍ଣ ରାଉତ, କିଶୋର ମହାନ୍ତ,ଗାୟତ୍ରୀ ନାୟକ,ଧରିତ୍ରୀ ଦାସ,ଅଶାନ୍ତି ସାମଲ, ମଧୁସ୍ମିତା ନାୟକ, ଚନ୍ଦ୍ରମଣି ପାତ୍ର , ମାଙ୍ଗଳିକା ଦାସ,ଜିତେନ୍ଦ୍ର ମୋହନ ବସ୍ତିଆ,ସୁଦାମ ଚରଣ ନାୟକ, ପ୍ରତାପ ସାମଲ,ନରୋତ୍ତମ ସାହୁ,ଅଶୋକ ପତି,ବୃନ୍ଦାବନ ସାହୁ,ମଦନ ମୋହନ କର, ପବିତ୍ର ମୋହନ ରାଉତରାୟ, ବିଜୟ କର,ଅଞ୍ଜୁବାଳା ଜେନା,ଯୁଗପ୍ରଭା ସାବତ,ସବିତା ମିଶ୍ର,ମମତାଜ୍ ଅଲ୍ଲୀ,ଗୋଲଖ ପଲେଇ,ଅଶୋକ ମହାରଣା,ଅକ୍ଷୟ ବାରିକ, ଅଭିମନ୍ୟୁ ଧଳ,ଦୁର୍ଗା ପ୍ରସନ୍ନ ଦାଶ,ନୃସିଂହ ମିଶ୍ର,ସ୍ୱରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ଅଧିବେସନ ଶେଷରେ ବ୍ୟଙ୍ଗ କବି ବାଇଧର ମାଝି ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault