ହେଡଲାଇନସ୍:

ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ : ସମୟ ଭିତରେ କାମ ସାର, ୫ ଦିନ ପରେ ଲୋକ ପଠାଇ ଚେକ କରିବି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର, - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ତିତିଲି ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପୂର୍ବ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦୃଢ଼ ନିର୍ଦ୍ଦେଶ  ଦେଇଛନ୍ତି । ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ, କ୍ଷୟକ୍ଷତି ଆକଳନ ଆଦି କାମ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ  ଦେବା ସହିତ ୫ଦିନ ପରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରଖ ପାଇଁ କ୍ଷତିଗ୍ରସ୍ତ ଅଂଚଳକୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକର ସୂଚନା ଅନୁଯାୟୀ ପୂର୍ତ ବିଭାଗର ପ୍ରାୟ ସମସ୍ତ ରାସ୍ତା ମରାମତି ହୋଇ ଚଳାଚଳ ଉପଯୋଗୀ ହୋଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ରାସ୍ତା, କେନାଲଗୁଡ଼ିକରେ ହୋଇଥିବା ଘାଇ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ପ୍ରାୟ ସମ୍ପୂର୍ଣ ହୋଇସାରିଛି । ଆସନ୍ତା ୪-୫ଦିନ ମଧ୍ୟରେ ଏହିସବୁ କାମ ସମ୍ପୂର୍ଣ୍ଣ ହୋଇଯିବ । ସେହିପରି ରାୟଗଡ଼ାର କେତେକ ଦୁର୍ଗମ ଅଂଚଳକୁ ବାଦଦେଇ ଅଧିକାଂଶ କ୍ଷତିଗ୍ରସ୍ତ ଅଂଚଳରେ ବିଦ୍ୟୁତ ସଂଯୋଗ ହୋଇସାରିଛି । ଆସନ୍ତା ୪ଦିନ ମଧ୍ୟରେ ସମସ୍ତ ଗ୍ରାମପଂଚାୟତକୁ ବିଦ୍ୟୁତ  ପୁନଃସଂଯୋଗ ହୋଇସାରିଛି । ଆସନ୍ତା ୪ଦିନ ମଧ୍ୟରେ ସମସ୍ତ ଗ୍ରାମପଂଚାୟତକୁ ବିଦ୍ୟୁତ  ପୁନଃସଂଯୋଗ କରାଯିବବୋଲି ଜଣାଯାଇଛି । ସେହିପରି ସ୍ୱତନ୍ତ୍ର ରିଲିଫ ବାବଦରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ନଗଦ ୧୦୦୦ ଟଙ୍କା, ୫୦ କିଲୋ ଚାଉଳ ଓ ଅଢେ଼ଇ ଲିଟର କିରୋସିନ ଦିଆଯାଇଥିବାବେଳେ ବାକି ରିଲିଫ ଟଙ୍କା ସେମାନଙ୍କ ଆକାଉଂଟକୁ ଡିବିଟି ମାଧ୍ୟମରେ ତୁରନ୍ତ ଜମା କରିବାକୁ ନିର୍ଦ୍ଦେଶ  ଦିଆଯାଇଥିଲା । 

0
0
0
s2sdefault