ହେଡଲାଇନସ୍:

ଏଫଏମ କଲେଜ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଉଜ୍ଜ୍ୱଳ କର) : ଫକୀର ମୋହନ କଲେଜର ୧୯୮୪-୮୯ ବ୍ୟାଚ୍ ପୁରାତନ ଛାତ୍ରଙ୍କ ପଞ୍ଚମ ବାର୍ଷିକ ପାର୍ବଣ ବନ୍ଧୁ ମିଳନ  ମହାନବମୀରେ ଅନୁଷ୍ଠିତ  ହୋଇଯାଇଛି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆୟୋଜିତ ଏହି ବନ୍ଧୁ ମିଳନ ପର୍ବରେ ଶତାଧିକ ପୁରାତନ ଛାତ୍ର ଯୋଗଦେଇ ପୁରୁଣା ଦିନର ଅନ୍ତରଙ୍ଗ ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ । ୨୯ ବର୍ଷ ପୂର୍ବର ସାମାଜିକ ବ୍ୟବସ୍ଥା, ଗୁରୁ-ଶିଷ୍ୟର ସମ୍ପର୍କ, ତକ୍ରାଳୀନ ବାଲେଶ୍ୱର ସହରର ଅବସ୍ଥା ଓ ସାମ୍ପ୍ରତିକ ବସ୍ତୁବାଦୀ ସମାଜରେ ବ୍ୟକ୍ତି ମାନସିକତାର ପରିବର୍ତ୍ତନ ଆଦି ବିଷୟ ଉପରେ ଦୀର୍ଘ ସମୟଧରି ଆଲୋଚନା ହୋଇଥିଲା । ସାମ୍ପ୍ରତିକ ସମାଜରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥିତ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ତଥା ସଂପ୍ରତି ରାସଗୋବିନ୍ଦପୁର କଲେଜର ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା ରତ ଦିଲ୍ଲୀପ ରଥଙ୍କ କବିତା ପୁସ୍ତକ ‘ସଞ୍ଜ ନଇଁଗଲା ପରେ’ ଉନ୍ମୋଚିତ ହୋଇଥିଲା । କବିତା ପୁସ୍ତକର ଉଚ୍ଚକୋଟୀର ବିଷୟବସ୍ତୁ ତଥା ବୋଧଗମ୍ୟ ଶବ୍ଦ ସଂଯୋଜନାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ଅଧ୍ୟାପକ ରଥଙ୍କ ରଚିତ ଭିନ୍ନ୍ ସ୍ୱାଦର ଏହି ପୁସ୍ତକ ପାଠକୀୟ ଆଦୃତ ଲାଭ କରିବ ବୋଲି ଉପସ୍ଥିତ ଛାତ୍ରମାନେ ମତ ପ୍ରକାଶ କରିଥିଲେ । ପୁରାତନ ଛାତ୍ର ଡାକ୍ତର ବିଜୟ କର, ଯୁବ ସଂଗଠକ ରଘୁନାଥ ଲେଙ୍କା,  ଆଇନଜୀବୀ ଅମର ବଲ୍ଲଭ ନନ୍ଦ,  ସୀତାରାମ ପାଣି, ସଞ୍ଜୟ ଶତପଥୀ, ମନୋରଂଜନ ପାତ୍ର, ଅରବିନ୍ଦ ଦାସ, ବିପ୍ଳବ ଦାଶ, ନିତ୍ୟାନନ୍ଦ ଆଚାର୍ଯ୍ୟ, ପରମେଶ୍ୱର ରାଉତ, ଦିଲ୍ଲୀପ ପରିଡ଼ା, ପ୍ରଭାତ ମହାରଣା, ପ୍ରକାଶ ଜେନା, ପଦୀପ ମହାନ୍ତି, ଚିତ୍ତରଂଜନ ସାନ୍ତରା, ଅମିତ ଶାହା ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜ ପ୍ରଭୃତି ଜିଲ୍ଲାରୁ ଏଫ ଏମ କଲେଜରେ ସେତେବେଳ ପଢ଼ୁଥିବା ବହୁ ପୁରାତନ ଛାତ୍ର ଯୋଗ ଦେଇଥିଲେ ।

0
0
0
s2sdefault