ହେଡଲାଇନସ୍:

ନରସିଂହଙ୍କ ହାତରେ ହେଲା ରାବଣ ଦହନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାନ୍ଧୀନଗର ରାବଣ ପୋଡି : ତାଲପାଲିପଡା ଓ ବିକ୍ରମଛକ ଦୁର୍ଗାପୂଜାରେ ନରସିଂହଙ୍କୁ ସମ୍ବର୍ଦ୍ଧନା

ପୂଜା ଏବଂ ଉତ୍ସବ ମାଧ୍ୟମରେ ଆମେ ବଲାଙ୍ଗିରର ବିକାଶ କରିପାରିବା - ନରସିଂହ 

ବଲାଙ୍ଗିର/Niroj Mishra  - ମା ଜଗତ ଜନନୀ ଦୁର୍ଗାଙ୍କ ପୂଜନୋସôବ ସହର ପ୍ରତ୍ୟେକ ପୀଠ ଓ ପୂଜା ମଣ୍ଡପମାନଙ୍କରେ ମହା ଆଡମ୍ବରରେ ସମାପନ ହୋଇଯାଇଅଛି । ସହରର କିଛିକାଂଶ ମଣ୍ଡପରେ ମାଁଙ୍କର ନବଦିନାତ୍ମକ ନବରାତ୍ର ପୂଜା ଅନୁଷ୍ଠିତ  ହୋଇଥିବା ବେଳେ ବାକି ମଣ୍ଡପମାନଙ୍କରେ ଷଷ୍ଠୀ  ବିଲ୍ୱବରଣ ପରେ ମାଁ ଜଗତ ଜନନୀ ଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଥିଲା । ଏହି ପରିପେକ୍ଷୀରେ ବିଗତ ବର୍ଷମାନଙ୍କ ପରି ଏ ବର୍ଷ ମଧ୍ୟ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସବାର ବିରୋଧିଦଳ ନେତା ନରସିଂହ ମିଶ୍ର ସାଧାରଣ ଶ୍ରଦ୍ଧାଳୁ ଭାବରେ ଲୋକଙ୍କ ସହିତ ସହର ସମସ୍ତ ମଣ୍ଡପ ଓ ମାଁଙ୍କର ପୂଜାପୀଠମାନ ଦର୍ଶନ କରି ଆଶିଷ ଲାଭ କରିଥିଲେ ।  ତାଙ୍କର ଏହି ଦର୍ଶନ ସମୟରେ ଅନେକ ମଣ୍ଡପମାନଙ୍କରେ ପୂଜା କର୍ମକର୍ତ୍ତା ତଥା ସ୍ଥାନୀୟ ଲୋକଙ୍କ ସହିତ ଆଳାପ ଆଲୋଚନା ହୋଇଥିଲା । ପାର୍ବଣ ସମୟରେ ମଧ୍ୟ ଲୋକେ ତାଙ୍କର ବିଧାୟକଙ୍କୁ ପାଖରେ ପାଇ ତାଙ୍କର ସମସ୍ୟା କହିବାକୁ ଭୁଲିଯାଉ ନଥିଲେ  । ଅତୀତ  କାଳରୁ ପୂଜା ମାଧ୍ୟମରେ ଲୋକେ ଏକତ୍ରିତ ହୋଇପାରୁଥିଲେ । ଲୋକେ ଏକତ୍ରିତ ହେଲେ ଆପେ ଆପେ ଲୋକଙ୍କ ଭିତରେ ଏକତାଭାବ ସୃଷ୍ଟି ହେଉଥିଲା ଏବଂ ଯେଉଁଥିରେ ଏକତା ସୃଷ୍ଟି ହୁଏ ସେ ଅଞ୍ଚଳ ବିକାଶ ଦିଗରେ ସବୁଠାରୁ ଆଗରେ ରୁହେ ତେଣୁ ପୂଜା ମାଧ୍ୟମରେ ଆମେ ଏକତ୍ରିତ ହୋଇପାରିଲେ ମାଁଙ୍କ ଆଶିର୍ବାଦ ଆମକୁ ଆପେ ଆପେ ମିଳିବ ବୋଲି କିଛି ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ମିଶ୍ର ଉତ୍ତର ଦେଇଥିଲେ । ଏହି କ୍ରମରେ ସେ ସହରରେ ବିକ୍ରମ ଛକ ଠାରେ ହୋଇଥିବା ଜଗତ ଜନନୀ ମାଁଙ୍କ ପୂଜା ଠାରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପୂଜା ମଣ୍ଡପ ସଂଲଗ୍ନ ରାଣି ବନ୍ଧ ପାଇଁ ପାଣ୍ଠି ବ୍ୟବସ୍ଥା କରିଥିବାରୁ ପୂଜା ମଣ୍ଡପ ତରଫରୁ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂଜା ମଣ୍ଡପ ସଭାପତି ଭଗବାନ ବଗର୍ତ୍ତିଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ବରିଷ୍ଠ  ସଭ୍ୟ ସମାଜସେବୀ ବିକ୍ରମାନନ୍ଦ ବହିଦାର ମଞ୍ଚାସିନ ଥିଲେ । ସନ୍ତକ ବହିଦାରଙ୍କ ସଂଯୋଜନାରେ ହୋଇଥିବା ସଭାରେ ପୂର୍ବତନ ଚେୟାରମେନ ପ୍ରଦୀପ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ତାଲପାଲିପଡା ଦୁର୍ଗାପୂଜା ମହୋସôବରେ ଶ୍ରୀ ମିଶ୍ର  ଯୋଗ ଦେଇ ଅଞ୍ଚଳବାସୀ ଏକତ୍ରିତ ହେଲେ ଆମେ ଅଞ୍ଚଳକୁ ବିକାଶ କରିପାରିମା ବୋଲି ସେ କହିଥିଲେ ଏବଂ ବିକାଶ ପ୍ରକ୍ରିୟାରେ ସମସ୍ତଙ୍କ ସହଭାଗିତା ପାଇଁ ଉପସ୍ଥିତ ଜନତାଙ୍କୁ ଆହ୍ୱାନ କରିଥିଲେ । ଯୁବନେତା ଚନ୍ଦ୍ରମଣୀ ତ୍ରିପାଠୀଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ସ୍କୁଲ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବଣ୍ଟନ ହୋଇଥିଲା । ସବୁ ବର୍ଷ ଭଳିଆ ଏ ବର୍ଷ ମଧ୍ୟ ଗାନ୍ଧୀନଗର ପଡା ପୂଜା କମିଟି ତରଫରୁୁ ରାବଣପୋଡି ମହାସମାରୋହରେ ପାଳିତ ହୋଇଛି । ଏଥିରେ ମଧ୍ୟ ବିଧାୟକ ଶ୍ରୀ ନରସିଂହ ଅନୂଷ୍ଠିତ ରାବଣ  ଦରବାରରେ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଆମକୁ ବିକାଶ ଦିଗରେ ଗତି କରିବାକୁ ପଡିବ । ଆଜି ପର୍ଯ୍ୟନ୍ତ ଯାହା ବି କିଛି କାମ ହୋଇଛି ସେଥିରେ ଆମେ ଉଲ୍ଲଷିତ ହେଲେ ପଛରେ ପଡିଯିବା । ଆମକୁ ଆଗାମୀ ପାଞ୍ଚ ବର୍ଷ ପାଇଁ କିଛି ନୂତନ ଯୋଜନା କରିବାକୁ ପଡିବ । ଯାହା କିଛି ବି ଉନ୍ନୟନମୂଳକ ଯୋଜନା ଅଧାରେ ପଡିଛି କିମ୍ବା କାମ ଚାଲିଛି ତାର ସମ୍ପୁର୍ଣ୍ଣ କରିବା ସହ ଏ ଅଞ୍ଚଳର ଯୁବକମାନଙ୍କ ରୋଜଗାର ନିଜ ଅଞ୍ଚଳରେ ଯେପରି ମିଳିବ ସେ ଦିଗରେ ଏକ ଦିର୍ଘମିଆଦି ଯୋଜନା ପାଇଁ ଅଗ୍ରସର ହେବାକୁ ପଡିବ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନକୁ ଆହୁରି ସୁଦୃଢ କରିବା ପାଇଁ ସୁଦୃଢ କରିବା ପାଇଁ ଜନସାଧାରଣଙ୍କ ସହଭାଗିତା ଅନିବାର୍ଯ୍ୟ ବୋଲି ସେ ଲୋକଙ୍କୁ କହିବା ସହ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆକୁ ଏକ ସୁନ୍ଦର ଷ୍ଟାଡିୟମରେ ପରିଣତ କରିବା ପାଇଁ ଆଗାମୀ ପାଞ୍ଚ ବର୍ଷ ଭିତରେ ଏକ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିବା ଲୋକଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗାନ୍ଧୀନଗରପଡା ଅଞ୍ଚଳର ଡାକ୍ତରି ପାଇଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । 

0
0
0
s2sdefault