ହେଡଲାଇନସ୍:

ଅବହେଳିତ-ଉପେକ୍ଷିତର ନିଜର ମଣିଷ ଡ଼ ରାମଚନ୍ଦନୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  ବରଗଡ/ଗୌରାଙ୍ଗ ଚରଣ ଦାଶ :-  ପଶ୍ଚିମ ଓଡ଼ିଶାର ଜଣେ ସୁନାମଧନ୍ୟ ଓ ପରୋପକାରୀ ତଥା ଚିକିତ୍ସକ ଭାବରେ ବେଶ ଜଣାଶୁଣା ନାମ ହେଉଛି ଡା. ଶଙ୍କର ରାମଚନ୍ଦନୀ । ଦୁଖୀ ଓ ଗରିବ ରୋଗୀର ସେବା ପାଇଁ ଦିନରାତି ସବୁ ସମାନ ତାଙ୍କପାଇଁ। ଗରିବ ରୋଗୀ ର ସେବା ସହିତ ସେ ତାଙ୍କର ସାଧ୍ୟ ମତେ ସମାଜ ସେବା ମଧ୍ୟ ଜୋରସୋରରେ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥି ପାଇଁ ଆଜି ସେ ପଶ୍ଚିମ ଓଡ଼ିଶା ରେ ସବୁ ଘରେ ପରିଚିତ ଓ ସମସ୍ତଙ୍କର ଅତି ପ୍ରିୟ ମଣିଷ ।

 ଆଜି ଡା. ରାମଚନ୍ଦନୀ ବିଜୟା ଦଶମୀର ପର୍ବ କସ୍ତୁରବା ଗାନ୍ଧି ମାତୃନିକେତନରେ ସେଠାକାର  ଅନ୍ତେବାସୀଙ୍କର ଗହଣରେ ପାଳନ କରିଥିଲେ ଓ ଅନ୍ତେବାସୀ ଛୋଟ ଛୋଟ ଛୁଆମାନଙ୍କୁ ଶୀତ ପୋଷାକ ଉପହାର ଦେଇଥିଲେ । ଗତ କିଛିଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ ଏହି ଛୁଆମାନଂକର ପାଇଁ ଶୀତ ପୋଷାକର ଆବଶ୍ୟକତା ରହିଛି | ତେଣୁ ଆଜି ସେ ଏହି ଆବଶ୍ୟକତା କୁ କିଛି ମାତ୍ରାରେ ପୂରଣ କରିବା ପାଇଁ ଚେଷ୍ଟା କରିଥିଲେ। ଡା. ରାମଚନ୍ଦନୀଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ମାତୃନିକେତନ ର ପରିଚାଳନା କମିଟି ତରଫରୁ ବହୁ ପ୍ରସଂଶା କରାଯାଇଛି । ମାତୃନିକେତନର ଅନ୍ତେବାସୀମାନେ ଡ଼ା.ରାମଚନ୍ଦନୀ ଙ୍କୁ ନିଜ ଗହଣରେ ପାଇ ଅତି ଆନନ୍ଦିତ ମନେ କରୁଥିବା ଲକ୍ଷ୍ୟ କରାଯାଇଥିଲା ।

0
0
0
s2sdefault