ହେଡଲାଇନସ୍:

ଜୟ ଓଡ଼ିଶା ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଜାତୀୟ ଯୁବ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସ୍ଵାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ, ଜୟ ଓଡ଼ିଶା ଓ ଅନ୍ୟାନ୍ୟ ସଂଗଠନ ମିଶି ଭୁବନେଶ୍ବର ର କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତୀ ନିକଟରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରର ୧୯ଟି ୱାର୍ଡର ପ୍ରାୟ ୨୦ଟି କ୍ଲବ ବା ଯୁବଗୋଷ୍ଠୀ ଯେଉଁମାନେ ସଦାସର୍ବଦା ନିଜକୁ ସମାଜସେବା ଓ ପରୋପକାର କାର୍ଯ୍ୟରେ ନିୟୋଜିତ ରଖିଥାନ୍ତି ସେମାନଙ୍କୁ ସମ୍ମାନିତ କରି ଉତ୍ସାହିତ କରାଯାଇଥିଲା।
ସ୍ଵାମୀ ବିବେକାନନ୍ଦ ଥିଲେ ପ୍ରତ୍ୟେକ ଭାରତୀୟଙ୍କ ସ୍ୱାଭିମାନ, ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ସର୍ବଦା ସ୍ୱାବଲମ୍ବୀ ହୋଇ କାର୍ଯ୍ୟ କରିବା ଥିଲା ତାଙ୍କର ବାର୍ତ୍ତା। ତାଙ୍କରି ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ନିଜ ସ୍ୱାର୍ଥ ନଦେଖି ସବୁବେଳେ ନିଜକୁ ଜନସେବା ଓ ବିକାଶମୂଳକ କାର୍ଯ୍ୟକ୍ରମ ରେ ନିୟୋଜିତ ରଖିବା ଏବଂ ନିଜ ରାଜ୍ୟ, ନିଜ ଦେଶ କୁ ସର୍ବଦା ଉଚ୍ଚ ସ୍ଥାନରେ ରଖି ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସୁଦୃଢ " ଯୁବ ଓଡିଶା, ନବୀନ ଓଡିଶା " ଗଠନ ରେ ଭାଗୀଦାର ହେବାପାଇଁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ।

0
0
0
s2sdefault