ହେଡଲାଇନସ୍:

ବାଲୁଗାଁ ଏନଏସି ରେ ବୁଲିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଘରକୁ ଘର ବୁଲି ଚାଉଳ ଆଉ ଗୁଆ ସଂଗ୍ରହ କରିଛି। ଅର୍ପଣ ରଥ ଜେନା କଲୋନୀ, ରାମପୁର, କେ. କେ. ନୂଆଗାଁ, ଉମାମହେଶ୍ଵରଃ ରୋଡ ଗ୍ରାମରୁ ଗୁଆ ଚାଉଳ ଗ୍ରହଣ କରିଛି। ଏହି ସମୟରେ ଶ୍ରୀଜଗନ୍ନାଥ ଧ୍ୱନି ଓ ହୁଳହୁଳିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।ନଗରପାଳିକା ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, ଯୁବ ନେତା ସନ୍ତୋଷ ପାଇକରାୟ, ବିଜେଡି ସଭାପତି ଜୟନ୍ତ ସ୍ୱାଇଁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଖୋର୍ଦ୍ଧା ଜିଲ୍ଲା ମହିଳା ସହ ସମ୍ପାଦକ ବନିତା ପ୍ରଧାନ, ସମସ୍ତ କାଉନସିଲର ମମତା ପଣ୍ଡା, ଅନିତା ସ୍ୱାଇଁ, ସୁଜାତା ପଣ୍ଡା, ଅଭିମନ୍ୟୁ ସ୍ୱାଇଁ, ଛାତ୍ର ବିଜେଡି ସଭାପତି ଶଶିକାନ୍ତ ପାଇକରାୟ, ସମସ୍ତ ଏସଏଚଜି ଗ୍ରୁପ ର ମହିଳା, ମିଶନଶକ୍ତିର ନାରୀନେତ୍ରୀ, ଜଳସାଥୀ, ସ୍ୱଚ୍ଛ ସାଥି ଯୁବ, ଜଗନ୍ନାଥ ପ୍ରେମୀ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ଲୋକାର୍ପଣ ଅର୍ପଣ ରଥ ସହ ଦ୍ଵାରା ଦ୍ଵାର ବୁଲିଥିଲେ।

0
0
0
s2sdefault