ହେଡଲାଇନସ୍:

ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭା ପ୍ରକାଶିତ ହୋଇପାରିଛି-ମନ୍ତ୍ରୀ l

Image(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ,ଏରକଣାର ୩୪ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅଧକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ବେଉରାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ କରି ଆଜିର ଛାତ୍ର ଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ ଏବଂ ସେହି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ପ୍ରକାଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅତ୍ୟନ୍ତ ଵିକାଶମୂଳକ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l

ImageImageସେହିପରି ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି କଲେଜର ଉନ୍ନତି ହିଁ ଆମର ଲକ୍ଷ୍ୟ ଏବଂ ଯାହାକିଛି ଵିକାଶ ହୋଇଛି ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିବା ସହିତ ଆଉ ଯାହାକିଛି ଆବଶ୍ୟକତା ରହିଛି ତାହାକୁ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି , ଜିଲ୍ଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ, ପରିଚାଳନା ସମିତି ସଭାପତି ରବିନ୍ଦ୍ରନାଥ ମଲ୍ଲିକ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ବୃନ୍ଦ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ l

Imageଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଓଡ଼ିଆ ସିନେ ଅଭିନେତ୍ରୀ ସିତଲ ଏବଂ ଗିରିଶ ଡ୍ୟାନ୍ସ ଗ୍ରୁଫ୍ ର ନୃତ୍ୟ ସଂଗୀତ ର ତାଲେ ତାଲେ ଛାତ୍ର ଛାତ୍ରୀ ଝୁମିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପରିଚାଳନା କମିଟି ସଭ୍ୟ, ଅଭିଭାବକ, ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ l

0
0
0
s2sdefault