ହେଡଲାଇନସ୍:

ଶୋଚନୀୟ ପରାଜୟ ଭୟରେ ଜୟନାରାୟଣଙ୍କର ବାଚଳାମୀ ବଢିଯାଇଛି: ରୋହିତ୍ ପୂଜାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ନିର୍ବାଚନ ଭୟରେ ଚିକିତ୍ସା ଅଧାରୁ ଛାଡି ଚାଲିଆସିଛନ୍ତି

  •  ଚାନ୍ଦା ଯୋଗାଡ ପାଇଁ ଖଣି ବ୍ୟବସାୟୀଙ୍କୁ ବ୍ଲାକମେଲ ଭଳି ହୀନ ରାଜନୀତି କରୁଛନ୍ତି


ଭୁବନେଶ୍ୱର, ୧୦/୦୧/୨୦୨୪: ସଭିଏଁ ଜାଣିଛନ୍ତି ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । କଲିକତାରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ଆସିବାରୁ, ଚିକିତ୍ସା ଅଧାରୁ ପଳାଇ ଆସିଛନ୍ତି । ଅପରାଧିକ କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ବଦନାମ ହୋଇଥିବା ଶ୍ରୀଯୁକ୍ତ ମିଶ୍ର ବେଶ୍ ଭଲ ଭାବେ ଜାଣିଛନ୍ତି ଆଗାମୀ ନିର୍ବାଚନରେ ସେ ବହୁତ ଖରାପ ଭାବେ ହାରିବେ । ସେଥିପାଇଁ ଚାନ୍ଦା ଯୋଗାଡ କରିବାକୁ ଖଣି ବ୍ୟବସାୟୀଙ୍କୁ ବ୍ଲାକମେଲ କରିବା ଭଳି ହୀନ ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ବିଜେଡି ବିଧାୟକ ଶ୍ରୀଯୁକ୍ତ ରୋହିତ୍ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ଶ୍ରୀଯୁକ୍ତ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ନ ଶୋଚନୀୟ ପରାଜୟ ଭୟରେ ଶ୍ରୀଯୁକ୍ତ ମିଶ୍ରଙ୍କର ବାଚଳାମୀ ଏବେ ପୁଣି ବଢିଯାଇଛି । ସେଥିପାଇଁ ଆକାଶରୁ ତୋଳିଆଣି ଫାଲ୍ତୁ କଥା କହିବାର ଧାରା ଆରମ୍ଭ କରିଛନ୍ତି । ସଚେତନ ସମ୍ବଲପୁରବାସୀ ସବୁ ଜାଣିଛନ୍ତି, କେହି ତାଙ୍କ ମିଛର ଜାଲରେ ପଡିବେନି ବୋଲି କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀଯୁକ୍ତ ପୂଜାରୀ ।

0
0
0
s2sdefault