ହେଡଲାଇନସ୍:

ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା-୧୦/୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଯୁଗ୍ମ ସଚିବ, ଶ୍ରୀମତୀ ଅତସୀ ଦାସ ଯୋଗଦେଇ ଲୋକକଳା ମାଧ୍ୟମରେ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ର ପ୍ରଚାର ଓ ପ୍ରସାର ନିମନ୍ତେ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସେ କହିଥିଲେ ଯେ, ଜଗତସିଂହପୁର ମାଟି ହେଉଛି କଳା ଓ ସଂସ୍କୃତି ର ପୃଷ୍ଠଭୂମି ।ତେଣୁ ଏହି ମାଟିର କଳାକାର ମାନେ ନିଜର ନିଖୁଣ କଳା ଚାତୁରୀ ମାଧ୍ୟମରେ, ତୃଣମୂଳ ସ୍ତରରେ, ସରକାର ଙ୍କ ଯୋଜନା ଗୁଡିକୁ ସଫଳ ଭାବେ ପହଞ୍ଚାଇପାରିବେ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା ର ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଓଡିଶା ର ଐତିହ୍ୟ, ପରମ୍ପରା ଏବଂ ଏହି ପରିପ୍ରେକ୍ଷୀ ରେ ଜଗତସିଂହପୁର ଜିଲ୍ଲାର ଭୂମିକା ବିଷୟରେ ଉପସ୍ଥାପନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ କୁମାର ମହାନ୍ତି, ସହକାରୀ ଏଲ୍ ଡି ଏମ୍, ୟୁ କୋ ବ୍ଯାଙ୍କ, ସୁଶ୍ରୀ ଦମୟନ୍ତୀ ମୁର୍ମୁ ,ଜଗତସିଂହପୁର ବ୍ଲକ୍ କଳା ସଂସ୍କୃତି ସଂଘ ର ଉପ ସଭାପତି ଶ୍ରୀ ବନମାଳୀ ପତି ପ୍ରମୁଖ ଉପସ୍ଥିତ କଳାକାର ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଏହି କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ। ଏହାପରେ ପ୍ରତିଟି ବ୍ଲକର ସଂସାଧନ ସଭ୍ୟ ଏବଂ ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ ମାନଙ୍କୁ ବିଭାଗୀୟ ଅଧିକାରୀ ମାନେ ସରକାରଙ୍କ 15 ଗୋଟି ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଲୋକକଳା ପ୍ରୟୋଗ ମାଧ୍ୟମରେ କିପରି ଏହାର କାର୍ଯ୍ୟକାରିତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ରେ ଅଂଶଗ୍ରହଣ କରିଥିବା ସଂସାଧନ ସଭ୍ଯ ମାନେ ମଧ୍ୟ ଏହି ପ୍ରଶିକ୍ଷଣ ସମ୍ଵନ୍ଧୀୟ ଆଲୋଚନା କରିଥିଲେ। ଏହି କର୍ମଶାଳା ରେ ସରକାରଙ୍କ 15 ଟି ଯୋଜନା ଯେପରି କି, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା ,ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡ଼ିଶା ନବୀନ ଓଡିଶା, 5T ହାଇ ସ୍କୁଲ ରୂପାନ୍ତରିକରଣ,ହରିଶ୍ଚନ୍ଦ୍ର ଯୋଜନା ଏବଂ ନୂତନ ଭାବେ ଯୋଡି ହୋଇଥିବା ଜନଜାତି ବହୁଳ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ଆମ ବ୍ଯାଙ୍କ, ଲକ୍ଷ୍ମି ବସ୍ ସେବା, ଆମ ଐତିହ୍ୟ ସମ୍ପର୍କରେ ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା ଜାନୁଆରୀ 23ତାରିଖ ଠାରୁ ଫେବୃଆରୀ 20 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଯିବ। ଏକ ଦିବସୀୟ କର୍ମଶାଳା ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। କର୍ମଶାଳା ରେ ବିଭିନ୍ନ ବ୍ଲକ୍ ର ସଂସାଧନ ସଭ୍ଯ ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘ ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault