ହେଡଲାଇନସ୍:

ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଲାମାନଙ୍କୁ ଭଲ ପାଠ ପଢିବାକୁ, ଭଲ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ – 5T ଅଧ୍ୟକ୍ଷ

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥିଲେ ।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ, ଭଲ ଟ୍ରେନିଂ ନିଅନ୍ତୁ ଓ ଲୋକଙ୍କ ସେବା କରନ୍ତୁ । ରୋଗୀ ସେବାରେ ଜୀବନର ସାର୍ଥକତା ରହିଛି ବୋଲି ସେ କହିଥିଲେ ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ତାଙ୍କ ଜିଲ୍ଲା ଗସ୍ତ ସମୟରେ ସେ ବିଭିନ୍ନ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନକୁ ଯାଇଥିଲେ ଓ ସେଠାରେ ପିଲାମାନଙ୍କ ଠାରୁ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଅନୁରୋଧ ଗ୍ରହଣ କରିଥିଲେ । ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ଅନୁରୋଧ ତୁରନ୍ତ ପୂରଣ କରିଛନ୍ତି । ତେଣୁ ଆପଣମାନେ ମନ ଦେଇ ଲୋକଙ୍କ ସେବା କରନ୍ତୁ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତ ୩ ତାରିଖରେ ନର୍ସିଂ, ଡି ଫାର୍ମା, ଏ.ଏନ୍‌.ଏମ୍‌, କ୍ଲିନିକାଲ ସାଇକୋଲୋଜି ଆଦି ବିଷୟରେ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଥିଲେ ।

0
0
0
s2sdefault