ପାରାଦ୍ଵୀପ, ୧୦/୦୧/୨୦୨୪: ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପସ୍ଥିତ ନୂଆଗଡ ଗ୍ରାମରେ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଅନୁଷ୍ଠିତ ହେଇଯାଇଛି । ଏହି ଜନ ଶୁଣାଣି ସଭାରେ ଜଗତସିଂହପୁର ଜିଲ୍ଲାର ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ସଭାପତିତ୍ୱ କରିଥିଲେ। । ଓଏସପିସିବିପାରାଦ୍ୱୀପର ଆଞ୍ଚଳିକ ଅଧିକାରୀ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା ଜନ ଶୁଣାଣି ସଭା ପରିଚାଳନା କରିଥିଲେ। ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଂଜନ ବେହେରା ଏହି ସଭାରେ ଉପସ୍ଥିତ ଥିଲେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରକଳ୍ପ ପକ୍ଷରୁ ଓଡିଶା ପ୍ରୋଜେକ୍ଟସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜୀବ ଭଟ୍ଟନାଗର , ବ୍ରାଉନ ଫିଲ୍ଡ ପ୍ରୋଜେକ୍ଟମୁଖ୍ୟଶ୍ରୀ ଅରୁଣ କୁମାର ରଥ, ଓଡିଶା ଅପରେସନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି, ଶ୍ରୀ ପି କେ ମହାନ୍ତି, ମୁଖ୍ୟ-ଜମି ଅଧିଗ୍ରହଣ ଏବଂ ଆର ଆଣ୍ଡ ଆର, ଏବଂ ପରିବେଶ ବିଭାଗର ବରିଷ୍ଠ ପ୍ରବନ୍ଧକ ଶୁଭେନ୍ଦୁକୁମାର ଦାଶ ଉପସ୍ଥିତ ଥିଲେ।
୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନର ଲକ୍ଷ ହାସଲ କରିବାକୁ ଏବଂଦେଶରେ ବର୍ତ୍ତମାନର ମୁଣ୍ଡପିଛା ଇସ୍ପାତ ବ୍ୟବହାର ସ୍ତର ୬୪.୨ କିଲୋଗ୍ରାମ ଥିବାବେଳେ ୨୦୩୦ ସୁଦ୍ଧା ମୁଣ୍ଡପିଛା ଇସ୍ପାତ ବ୍ୟବହାର ୧୬୦ କିଲୋଗ୍ରାମକୁ ବୃଦ୍ଧି କରିବାକୁ ଲକ୍ଷ ରଖାଯାଇଛି |ଏହି ଲକ୍ଷ ପୂରଣ କରିବାଉଦ୍ଦେଶ୍ୟରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ୱୀପଠାରେ ବାର୍ଷିକ ୭ ନିୟୁତ ଟନ କ୍ଷମତା ବିଶିଷ୍ଟ ତରଳ ଇସ୍ପାତ ଉତ୍ପାଦନ ପାଇଁ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି| ଏହି ପ୍ରକଳ୍ପ ଥରେ ପୁର୍ଣ ଭାବେ କାର୍ଯ୍ୟକାରୀ ହୋଇଗଲେ ଓଡ଼ିଶାର ଏକ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆଉ ଏକ ପଦକ୍ଷେପ ହେବ।
ପ୍ରସ୍ତାବିତ ସମନ୍ବିତ ଇସ୍ପାତ କାରଖାନା ପାରାଦ୍ଵୀପରେ, ବର୍ତମାନ କାର୍ଯ୍ୟକ୍ଷମ ଥିବା ଏଏମ୍/ଏନ୍ଏସ୍ ଇଣ୍ଡିଆର ପେଲେଟ୍ ପ୍ଲାଣ୍ଟ ନିକଟ ନୂଆଗଡ ଗ୍ରାମରେ ପ୍ରତିଷ୍ଠା ହେବ। ୭ ନିୟୁତ ଟନ ଉତ୍ପାଦନ କ୍ଷମତା ଯୁକ୍ତ ସମନ୍ବିତ ଇସ୍ପାତ କାରଖାନା ପାଇଁ ଆନୁମାନିକ ପ୍ରକଳ୍ପ ମୂଲ୍ୟ ପ୍ରାୟ ୩୮,୦୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି | ଏହି ସମନ୍ବିତ ଇସ୍ପାତ କାରଖାନାର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୨୧,୦୦୦ ଲୋକ ଏବଂ ଅପରେସନ୍ ପର୍ଯ୍ୟାୟରେ ପ୍ରାୟ ୭୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗରହିବ| ଦକ୍ଷତା ଉପରେ ଆଧାର କରି ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ | ଏହା ବ୍ୟତୀତ ସ୍ଥାନୀୟ ସମାଜର ସାମୂହିକ ବିକାଶ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।
ଏଏମ୍/ଏନ୍ଏସ୍ ଇଣ୍ଡିଆ, ଓଡିଶା ପ୍ରୋଜେକ୍ଟର ପରିବେଶ ବିଭାଗର ବରିଷ୍ଠ ପ୍ରବନ୍ଧକ,, ଶ୍ରୀ ଶୁଭେନ୍ଦୁ କୁମାର ଦାଶ, ପ୍ରକଳ୍ପ ଦ୍ୱାରା ପରିବେଶ ଉପରେ ହେବାକୁ ଥିବା ସମ୍ଭାବିତ ପ୍ରଭାବକୁ ନ୍ୟୁନତମ ସ୍ତରକୁ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଥିଲେ । ପରିବେଶର ସୁରକ୍ଷା ପାଇଁ ସର୍ବୋତ୍ତମ ଜ୍ଞାନକୌଶଳ ନିୟୋଜିତ କରାଯିବ ବୋଲି ସୁନିଶ୍ଟିତକରାଯାଇଛି।
ପ୍ରକଳ୍ପ ବିବରଣୀ ସହିତ, ସଭାରେ ଉପସ୍ଥିତ ଥିବା ଲୋକମାନେ ପରିବେଶ ପ୍ରଦୂଷଣ, ସମାଜ ଏବଂ ପରିପାର୍ଶ୍ଵିକ ବିକାଶ, ରୋଜଗାର ସୁବିଧା ସମ୍ବନ୍ଧୀୟ ବିଭିନ୍ନ ଦିଗ ବିଷୟରେ ପଚାରି ବୁଝିଥିଲେ, ଯାହାକୁ ପରେ ଏଏମ୍/ଏନଏସ୍ ଇଣ୍ଡିଆ ପ୍ରତିନିଧିମାନେ ଉତ୍ତର ଦେଇଥିଲେ। ଏହି ବୈଠକରେ ସ୍ଥାନୀୟ ସମାଜର ସଦସ୍ୟ, ଏନଜିଓ, ଗଣମାଧ୍ୟମର ପ୍ରତିନିଧୀଙ୍କ ସମେତ ପ୍ରାୟ ୧୦୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଅଂଚଳର ମୋଟ ୬୭ ଜଣ ବ୍ୟକ୍ତି ଏହି ଅବସରରେ କହିଥିଲେ ଯେଉଁଥିରେ ୬୫ ଜଣ ବ୍ୟକ୍ତି ପ୍ରସ୍ତାବିତ ପ୍ରକଳ୍ପ ସପକ୍ଷରେ କହିଥିଲେ ଏବଂ ସେମାନଙ୍କର ସମର୍ଥନ ଜଣାଇଥିଲେ । ଶେଷରେ ଧନ୍ୟବାଦ ପ୍ରସ୍ତାବ ସହ ସଭା ସାଙ୍ଗ ହୋଇଥିଲା ।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ପାରାଦ୍ଵୀପ ଠାରେ ସଫଳତାର ସହିତ ଅନୁଷ୍ଠିତ
- Hits: 317








