ହେଡଲାଇନସ୍:

ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିକର ଖାଦ୍ୟ ଥଳି ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
">

ନବରଙ୍ଗପୁର ୧୦/୦୧ ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଡଃ କମଳ ଲୋଚନ ମିଶ୍ରଙ୍କ କରକମଳରେ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିକର ଖାଦ୍ୟ ଥଳି ବଣ୍ଟନ କରାଯାଇଥିଲା l ପ୍ରକାଶ ଥାଉକି ରାଜ୍ଯ ରେଡକ୍ରସ ସୋସାଇଟି ପକ୍ଷରୁ ପ୍ରତି ମାସରେ ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କାଳିପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସୁକାନ୍ତ କୁମାର ଶତପଥୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡଃ ଅମୃତ ରାଉଳ, ପି ମନସ୍ମିତା , ଜୁନିୟର ରେଡକ୍ରସ ଅଧିକାରୀ ନାରାୟଣ ପାଇକରାୟ, ଯୁବ ରେଡକ୍ରସ ସଂଯୋଜକ ଅଖିଳ ଭଟ୍ଟ, ରାଜସ୍ଵ ଅଧିକାରୀ ଆଶୁତୋଷ ପାତ୍ର, ଜୀ ଶ୍ରୀନୁ, ବିନାୟକ ଖାଡଙ୍ଗା, ଶିବଶଙ୍କର ପାଢି, ଆଶ୍ୱିନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀକାଳୀନ ବିଭାଗ ର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ ପରିଚାଳନା କରିଥିଲେ l

0
0
0
s2sdefault