ହେଡଲାଇନସ୍:

ପାଇକମାଳ ହାଇସ୍କୁଲରେ ମାନ ନିର୍ଦ୍ଧାରଣ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ୩ୟ ପର୍ଯ୍ୟାୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଓ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ତ୍ରି ଦିବସୀୟ ପ୍ରଶିକ୍ଷଣ ଶିବିରରେ ୧୫ ଟି କ୍ଳଷ୍ଟର ରେ ୧୦୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୨୫ ଜଣ ପ୍ରଧାନ ଶିକ୍ଷକ ପ୍ରଶିକ୍ଷଣ ନେଉଛନ୍ତି। ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏବିଇଓ ଧଳେନ୍ଦ୍ର କୁମାର ବାରିକ ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧନକର୍ମୀ ଡୋଳାମଣି ମାହାର, ବିକାଶ ସ୍ବାଇଁ, ରଞ୍ଜନ ବାଗ, ବୈଷ୍ଣବ ପଣ୍ଡା, ଚକ୍ରଧର ଅଜଗର,ଲିଙ୍ଗେଶ୍ବର ମୁଟକିଆ ,ରାମନାଥ ବାଗ, ନିରାକାର ପ୍ରଧାନ, ସୁଶାନ୍ତ ବରିହା, ମାଧବ ସାହୁ, ସନ୍ତୋଷ ମେହେର ଓ ଟେକରାଜ ପଟେଲ ପ୍ରମୁଖ ପ୍ରଶିକ୍ଷଣ ଦେଉଛନ୍ତି । ସୁଶାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ। ତ୍ରିଲୋଚନ ନାଏକ ଶିବିର ପରିଚାଳନା କରିଥିଲେ ଓ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault