ହେଡଲାଇନସ୍:

ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ର ପକ୍ଷୀ ଗଣନା ଶେଷ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ଦୁଃଶାସନ ନାୟକ-ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ପକ୍ଷୀ ଗଣନା ଶେଷ ହୋଇଛି । ଏହି ଗଣନା ସକାଳ ୬ ଘଟିକା ଠାରୁ ଆରମ୍ଭ ହୋଇ ୧୦ଘଟିକା ପର୍ଯ୍ୟନ୍ତ ଚାଲି ଥିଲା । ପାଞ୍ଚ ଭାଗରେ ବିଭକ୍ତ ହୋଇ ୨୦ ଜଣ ବନ କର୍ମଚାରୀ ସାମିଲ ଥିବା ଏହି ଗଣନା କାର୍ଯ୍ୟ, କଣମଣ୍ ଠାରୁ ଗଙ୍ଗାଦେବୀ,ଗଂଗାଦେବି ଠାରୁ ନାଶି,ଦେବୀ ନାଶି ଠାରୁ ପାଟସୁନ୍ଦର ପୁର,ବେଲେଶ୍ୱର ମନ୍ଦିର ଠାରୁ କେଳୁଣି ମୁହାଣ, ନଟରା ଠାରୁ କେଉଟ ଜଙ୍ଗା ପର୍ଯ୍ୟନ୍ତ ଚାଲିଥିଲା । ଏହି ଗଣନାରେ ଚନ୍ଦନ ହଂସ, ଗେଣ୍ଡାଳିଆ,ହଂଶାରୁଡ଼ି,ସମୁଦ୍ର କୁଆ,ମାଛ ରଙ୍କା, ଟିଇ ଟିଆଁ,ଧଳା ବାଜେଣି, ବାଇଗିଣି ବଗ, ଲିଟିଲି କର୍ମ କାଣ୍ଡ,ଚାହା ଚଢ଼େଇ,ହଂଶାରୁଡୀ, ଚାତକ ଆଦି ପ୍ରଜାତିର ପକ୍ଷୀ ଗଣନା କରା ଯାଇଅଛି । ଏହି ପକ୍ଷୀ ଗଣନା ଅସ୍ତରଙ୍ଗ ରେଞ୍ଜର ସୁଦର୍ଶନ ଦେହୁରୀ ଙ୍କ ପ୍ରତ୍ୟକ୍ଷ ତତୋବ୍ୟଧ୍ୟାନ ରେ ଚାଲିଥିବା ବେଳେ,ପରିବେଶବିତ୍ ଶୋଭାକାର ବେହେରା, ସୌମ୍ୟରଞ୍ଜନ ବିଶ୍ଵାଳ,ଫରେଷ୍ଟର ବଳରାମ ସାହୁ,ବିରଜା ମହାପାତ୍ର,ଓ ସବିର ସାହୁ,ବନରକ୍ଷୀ ଦିଲୀପ କୁମାର ନାୟକ,ମିଳନ କୁମାର ମୁଦୁଲି, ନିର୍ମଳେନ୍ଦୁ ଚାଟାର୍ଜୀ, ସ୍କ୍ୱାଡ଼ ଶୁକଦେବ ମହାନ୍ତି ଙ୍କ ସମେତ ପକ୍ଷୀ ବିଶାରଦ ସାମିଲ ଥିଲେ ।

0
0
0
s2sdefault