ରାଉରକେଲା, (ବସନ୍ତ କୁମାର ଜେନା):ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫାର୍ଟିଲାଈଜ଼ର ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ଆଜି ରାଉରକେଲା ମହାନଗର ନିଗମ ର କମିଶନର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ | ଉକ୍ତ ଦାବି ରେ ଫର୍ଟିଲାଇଜର ଅଞ୍ଚଳ ର ଜନସାଧାରଣ ରାଉରକେଲା ପର୍ଯ୍ୟନ୍ତ ଯିବା ଆସିବା ନେଇ ମୋ ବସ୍ ସେବା ମଙ୍ଗଳା ଛକ ପର୍ଯ୍ୟନ୍ତ ଯାଉଛି । ଏହି ସେବା କୁ ଆଇଡ଼ିଏଲ, ଲୋକନାଥ ମାର୍କେଟ ଦେଇ ତାରାପୁର ଗେଟ ପର୍ଯ୍ୟନ୍ତ ଯୋଗାଇଦେଲେସେ ଅଞ୍ଚଳ ର ଜନସାଧାରଣ ବହୁ ମାତ୍ରାରେ ଉପକୃତ ହୋଇପାରନ୍ତେ | ମର୍ଡନ ଇଣ୍ଡିଆ, ଲେବର କଲୋନୀ,ଲକ୍ଷ୍ମୀ ମାର୍କେଟ ବସ୍ତି ଅଞ୍ଚଳ ରେ ସରକାର ଙ୍କ ତରଫରୁ ଗୋଟିଏ ଲେଖାଏଁ ଡଷ୍ଟବିନ ର ସୁବିଧା ହେଲେ ଜନସାଧାରଣ ଅଳିଆ ଆବର୍ଜନା ଏପଟ ସେପଟ ନପକାଇ ଗୋଟିଏ ଜାଗାରେ ନ ପକାଇ ଅଞ୍ଚଳ ର ସ୍ବଛତା ବଜାୟ ରହିପାରନ୍ତା। ଏହି ଅଞ୍ଚଳ ରେ ଅଳିଆ ଉଠେଇବା ଗାଡି ମଧ୍ୟ ପଠାଯାଇ ପାରିଲେ ଅଞ୍ଚଳ ବାସୀ ଅଳିଆ ଆବର୍ଜନା କୁ ସଠିକ୍ ଭାବେ ଗାଡି ରେ ଦେଇ ପାରନ୍ତେ |ଏହି ଅବସରରେ ବିନତା ଜେନା, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ, ତନ୍ମୟ ସେଠୀ, ପ୍ରତାପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଫର୍ଟିଲାଇଜର ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ମହାନଗର ନିଗମ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଶାନ୍ତ।
- Hits: 198








