ହେଡଲାଇନସ୍:

ଦହିଗାଁ ଠାରେ ବିଜୁ ଯୁବ ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ବିଜୁ ଯୁବ ଜନତା ଦଳ ର ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇ ସୋସିଆଲ ମିଡ଼ିଆ ଉପରେ ରେ ଜଡିତ ରହିବା ପାଇଁ ଯୁବ କର୍ମୀ ଓ ଯୁବ ସମାଜ କୁ ପରାମର୍ଶ ଦେଇଥିଲେ l ରାଜ୍ ବୋଡାସମ୍ବର ବ୍ଳକ୍ ଯୁବ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଅଚୁତା ନନ୍ଦ ସେଠ, ଯୋଗଦାନ କରି ଯୁବ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ I ବୈଠକରେ ଦହିଗାଁ ପଞ୍ଚାୟତ ର ସମସ୍ତ ବିଜେଡି କର୍ମୀ ଓ ଯୁବ ସମାଜ ବହୁ ମାତ୍ରା ରେ ଅଂଶ ଗ୍ରହଣ କରିଥିଲେ I ଦହିଗାଁ ପଞ୍ଚାୟତ ସଭାପତି ସୁମନ୍ତ ପଧାନ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ବୈଠକ କୁ ସୁକାନ୍ତ ବାଗ, ସୁଶାନ୍ତ ସାହୁ, ବିଦ୍ୟାଧର ମେହେର, ବାସୁଦେବ ପାତ୍ର, ଆନନ୍ଦ ପଧାନ, ସରୋଜ ଦାଶ, ତରଣୀ ସେନ ବରିହା ଓ ପଞ୍ଚାୟତ ରୁ ଆସିଥ‌ିବା ଯୁବ କର୍ମୀ ସହଯୋଗ କରି ବୈଠକ କୁ ସଫଳ କରିଥିଲେ I ସଭା ଶେଷରେ ସୁମନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I

0
0
0
s2sdefault