ହେଡଲାଇନସ୍:

ନୃସିଂହନାଥ ମନ୍ଦିରରୁ ବାହାରିଲା ଏଗାର ଗୋଟି ଅର୍ପଣ ରଥ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବିଗତ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର କାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ପରିସର ତଥା ପାରିପାର୍ଶ୍ବିକ ଉନ୍ନତି ଓ ଭକ୍ତ ତଥା ତୀର୍ଥଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପ୍ରାୟ ସମାପ୍ତ ହୋଇସାରିଲାଣି । ଆସନ୍ତା ୧୭ ତାରିଖ ଦିନ ଏହି ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଯାଉଛି । ପ୍ରକାଶ ଥାଉ କି ଗତ ଡ଼ିସେମ୍ବର ୨୮ ତାରିଖ ଦିନ ଶ୍ରୀ ମନ୍ଦିର ର ସେବାୟତ ମାନେ ନୃସିଂହନାଥ ମନ୍ଦିର କୁ ଆସି ଏହି ଉଦଘାଟନୀ ଉତ୍ସବରେ ଯୋଗଦାନ କରିବା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ତଥା ତାଙ୍କ ସେବାୟତ ଓ ଅଞ୍ଚଳ ବାସୀଙ୍କୁ ନିମନ୍ତ୍ରଣ କରିଥିଲେ ।
ଆଜି ସକାଳେ ପାଇକମାଳ ବିଡିଓ ତଥା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ପ୍ରଫୁଲ୍ଲ କୁମାର ଅଦୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୧ଗୋଟି ଅର୍ପଣ ରଥ ପାଇକମାଳ ବ୍ଲକର ବିଭିନ୍ନ ଦିଗକୁ ପ୍ରେରଣ କରାଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ସିଂହଦ୍ଵାର ନିକଟରେ ରୀତିନୀତି ଅନୁଯାୟୀ ପୂଜାପାଠ କରି ୧୧ ଗୋଟି ରଥକୁ ପାଇକମାଳ ବ୍ଲକର ୧୧ ଗୋଟି ପଞ୍ଚାୟତକୁ ପ୍ରେରଣ କରିଥିଲେ ।

ପାଇକମାଳ ବିଡିଓ ଦେଇଥିବା ସୂଚନା ମୁତାବକ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହି ୧୧ ଗୋଟି ରଥ ପାଇକମାଳ ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିବା ସହିତ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ଘରୁ ଏକ ମୁଠା ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ କରିବ । ସଂଗୃହିତ ଚାଉଳ ଓ ଗୁଆ ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତ ର ଜଗନ୍ନାଥ ମନ୍ଦିର କିମ୍ବା ଅନ୍ୟ ମନ୍ଦିର ମାନଙ୍କରେ ରଖାଯିବ । ପରବର୍ତ୍ତୀ ସମୟରେ ସମସ୍ତ ପଞ୍ଚାୟତ ମାନଙ୍କରୁ ସଂଗୃହିତ ଚାଉଳ ଓ ଗୁଆ ସବୁକୁ ଏକତ୍ରିତ କରି ବ୍ଲକ ଥିବା କୌଣସି ଏକ ମନ୍ଦିରରେ ସଂଗୃହିତ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସଂଗୃହିତ ଚାଉଳ ଓ ଗୁଆ କୁ ଶ୍ରୀ ମନ୍ଦିର କୁ ପଠାଯିବ ।
ଆଜି ଏହି କାର୍ଯ୍ୟକ୍ରମରେ ପାଇକମାଳ ଅଞ୍ଚଳର ଛଅ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ,ପାଇକମାଳ ବ୍ଲକର ବିଭିନ୍ନ କୋଣରୁ ଆସିଥିବା ଶହ ଶହ ମହିଳା ଓ ପୁରୁଷ , ପାଇକମାଳ ବ୍ଲକର ସମସ୍ତ ଅଧିକାରୀ ତଥା ବ୍ଲକ ଅଧ୍ୟକ୍ଷା ଭାବନା ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault