ହେଡଲାଇନସ୍:

ଏକଲ ଅଭିଯାନ ଓଡ଼ିଶା: ଖେଳ କୁଦ କାର୍ଯ୍ୟକ୍ରମର ଉଜ୍ଜାପନି ଉତ୍ସବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ଏକଲ ଅଭିଯାନ , ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଖେଳ କୁଦ ପ୍ରତିଯୋଗିତାର ଉଜ୍ଜାପନି ଉତ୍ସବ ରାଉରକେଲା, ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଥିଲା। ଏହି ଦୌଡ଼ ପ୍ରତିଯୋଗିତାରେ ୬ ଜଣ , ଲମ୍ବ ଡିଆଁ ପ୍ରତିଯୋଗିତା ରେ ୨ ଜଣ , ଉଚ୍ଚ ଡିଆଁ, ପ୍ରତିଯୋଗିତା ରେ ୨ ଜଣ , କୁସ୍ତି ଯୁଦ୍ଧ ପ୍ରତିଯୋଗିତାରେ ୪ ଜଣ , ଯୋଗାସନ ପ୍ରତିଯୋଗିତାରେ ୨ ଜଣ , କବାଡି ପ୍ରତିଯୋଗୀ ରେ ୨୦ ଜଣ ମୋଟ ୩୬ ଜଣ ପ୍ରତିଯୋଗୀ ଜାତୀୟ ସ୍ତର ରେ ହେବାକୁ ଯାଉଥିବା ଖେଳ କୁଦ ପ୍ରତିଯୋଗୀ ରେ ଭାଗନେବେ । ଏହା ନାଗପୁର ଠାରେ ଚଳିତ ମାସ ୧୯ , ୨୦ ,୨୧,୨୨ ତାରିଖରେ ଅନୁଷ୍ଟିତ ହେବ । ଆଜି ର ଖେଳ କୁଦ ଉଜ୍ଜାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ :-
ଡକ୍ଟର ସନାତନ ପ୍ରଧାନ (ପଶ୍ଚିମ ପ୍ରାନ୍ତ ସଂଘ ଚାଳକ), ଶଙ୍କର ଓରାମ (ବିଧାୟକ ବୀରମିତ୍ରପୁର), ମୃଦୁଲା ଠାକୁର (ଡାଇରେକ୍ଟର ବିକାଶ ଫାଉଣ୍ଡେସନ ଟ୍ରଷ୍ଟ୍), ଅଶୋକ ମୁଦୁଲି (ଓଡ଼ିଶା ସଂଭାଗ ସଭାପତି), ଦମୁ ତିର୍କି (ସୁନ୍ଦରଗଡ ଅଞ୍ଚଳ ସଭାପତି), ବାବାଜୀ ସାହୁ (ସଂପାଦକ ସୁନ୍ଦରଗଡ଼), ରବି ଦେହୁରୀ (କୋଷାଧ୍ୟକ୍ଷ ଅଞ୍ଚଳ), ରାଠୁ ମହାନ୍ତ ( ସମ୍ପାଦକ ଓଡ଼ିଶା), ରାଜୀବ ପାତ୍ର , ଅଶୋକ ଗାନ୍ଧୀ ,ଅନନ୍ଦ ଜୈନ , ସୁଭାଷ ସିଂହ ନିହାର ରାୟ , ଜଗବନ୍ଧୁ ବେହେରା, ସନ୍ତୋଷ ତିର୍କି ବିପିନ ବିହାରୀ ସାହୁ ଯୋଗଦେଇଥିବା ବେଳେ ପ୍ରଚାର ପ୍ରସାର ଦାୟିତ୍ଵ ରେ ବସନ୍ତ କୁମାର ସାମଲ, ବାବୁଲି ମୁର୍ମୁ, ବିଷ୍ଣୁ ଷଣ୍ଢ ଦାୟିତ୍ଵ ତୁଲାଇ ଥିଲେ ବୋଲି ପ୍ରଚାର ପ୍ରସାର ପ୍ରମୁଖ ବାବୁଲି ମୁର୍ମୁ ଏକ ପ୍ରେସ ବାର୍ତ୍ତା ରେ ଜଣାଇ ଛନ୍ତି ।

0
0
0
s2sdefault