ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପଖଣ୍ଡ ସ୍ଥିତ କିଡସ୍ ଗୀ - ଏ ନୋବେଲ କନ୍ ସେପ୍ଟ ପ୍ଲେ କମ୍ ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ମହୋତ୍ସବ "ଚମ୍ପିଅନ 2023-24" ଉଦ୍ଘାଟନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଦେବୀ ପ୍ରସାଦ ପାଢୀ, ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ଗୁଣପୁର, ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବ ଉଦଘାଟନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଙ୍କ ସହ ସମ୍ମାନୀତ ଅତିଥି ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀ ଶଙ୍କର୍ଷଣ ମହାନ୍ତି, ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି, ନିର୍ଦ୍ଦେଶକ ମୁରଲୀ ଧର ପଣ୍ଡା, ଅଧ୍ୟକ୍ଷା ଶ୍ରୀମତୀ ସ୍ଵୟଂପ୍ରଭା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ। ମଞ୍ଚାସିନ ଅତିଥି ମାନେ ସୁସ୍ଥ ଶରୀର ଗଠନରେ ଏବଂ ଶିକ୍ଷାର୍ଥୀ ଜୀବନରେ ଥିବା ଖେଳକୁଦ ର ଉପାଦେୟତା ଉପରେ ଆଲୋକପାତ କରିଥିବା ବେଳେ , ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ଉକ୍ତ କ୍ରୀଡା ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଭୂମିକା ସମ୍ପର୍କରେ ଉଦବୋଧନ ଦେଇଥିଲେ ଏଵଂ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ମୂରଲୀଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ଵୟଂପ୍ରଭା ମହାପାତ୍ର ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସମ୍ପ୍ରତି କ୍ରୀଡା ଉତ୍ସବରେ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କ୍ରୀଡା ମହୋତ୍ସବ ଟି ଆଗମୀ ତିନିଦିନ ଯାଏଁ ଚାଲିବା ନେଇ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ଵୟଂପ୍ରଭା ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।
କ୍ରୀଡା ମହୋତ୍ସବ ରେ ୫୦ ମିଟର, ୧୦୦ମିଟର ଦୌଡ ପ୍ରତିଯୋଗିତା, ସଟପୁଟ ଥ୍ରୋ, ଡିସ କସ୍ ଥ୍ରୋ, ଲଙ୍ଗ ଜମ୍ପ , ମ୍ୟାଥ୍ ରେସ୍, ସେକ୍ ରେସ୍,କଏନ୍ କଲେକ୍ସନ,ମ୍ୟୁଜିକ୍ ଚେୟାର୍ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଜନୀତ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷକବୃନ୍ଦ ଉକ୍ତ ପ୍ରତିଯୋଗିତା ସଞ୍ଚାଳନ କରିଥିବାବେଳେ ଶିକ୍ଷୟିତ୍ରୀ ମାନେ କୁନି କୁନି ପିଲାମାନଙ୍କ କ୍ରୀଡା କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ କ୍ରୀଡା ମହୋତ୍ସବ ଜନିତ ସମସ୍ତ ସୁବିଧା ସୁରକ୍ଷା ଦିଗରେ କାର୍ଯ୍ୟରତ ଥିଲେ। ପ୍ରଥମ ଦିନରେ ଛୋଟ ଛୋଟ ପିଲା ମାନଙ୍କର ବାଲୁନ୍ ବ୍ଲାଷ୍ଟ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ମାସ ଡ୍ରିଲ କାର୍ଯ୍ୟକ୍ରମର ପ୍ରାରମ୍ଭିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିବା ସହ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା।









