ହେଡଲାଇନସ୍:

ସୁନ୍ଦରଗଡ ର କୋଣ ଅନୁକୋଣ ରେ ଶୁଭୁଛି "ଜୟ ଜଗନ୍ନାଥ" ଧ୍ଵନି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ:-(ବସନ୍ତ କୁମାର ଜେନା)- ଚଳିତ ଜାନୁୟାରୀ ୧୭ରେ ଶ୍ରୀକ୍ଷେତ୍ର ପୁରୀରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ନିମନ୍ତେ ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଏବଂ ଉତ୍ସାହ ଦେଖା ଦେଇଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଜୟ ଜଗନ୍ନାଥ ଅର୍ପଣ ରଥର ଉଦ୍‌ଘାଟନ କରାଯାଇ ଅଛି। ଯାହା କି ଗାଁ ଗାଁ କୁ ପରିକ୍ରମା କରି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଅଛି । । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୮୧ ଗୋଟି ରଥ ଏବେ ଜିଲ୍ଲା ର ଗାଁ କୁ ଗାଁ ବୁଲି ଲୋକଙ୍କଠାରୁ ଗୁଆ ଅରୁଆ ଚାଉଳ ସଂଗ୍ରହ କରୁଛନ୍ତି । ଏହି ରଥ ଏପର୍ଯ୍ୟନ୍ତ ମୋଟ ୮୮ ଟି ଗ୍ରାମ ପଂଚାୟତ ର ୪୧୩ ଟି ଗାଁରୂ ଲୋକଙ୍କ ପାଖରେ ପହଁଚି ସାରିଲାଣି । ପ୍ରତି ରଥକୁ ସୁସଜ୍ଜିତ କରାଯାଇଥିବାବେଳେ ରଥରେ ଜଗନ୍ନାଥ ଙ୍କ ଭଜନ ମଧ୍ୟ ଡ଼ାକବାଜି ଯନ୍ତ୍ର ଦ୍ବାରା ପରିବେଷଣ କରାଯାଉଅଛି ,ଯାହା କି ପରିବେଶ କୁ ଭକ୍ତି ମୟ କରୁଅଛି। ଏହା ସହ ପ୍ରତ୍ୟେକ ରଥ ସହ ଜଣେ ଜଣେ ସ୍ଥାନୀୟ ଅଧିକାରୀ ରହୁଛନ୍ତି, ଯିଏ କି ପରିକ୍ରମା ପ୍ରକଳ୍ପ ସମ୍ଭନ୍ଧରେ ଲୋକଙ୍କୁ ଜଣାଉଛନ୍ତି । ଏହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିକ୍ରମା ପ୍ରକଳ୍ପକୁ ନେଇ ଆଗ୍ରହ ପ୍ରକାଶ ପାଇବା ସହ ଆଗକୁ ଲୋକମାନେ ପୁରୀ ଯିବା ପାଇଁ ପ୍ରସ୍ତୁତ ହେଊଛନ୍ତି । ଏଠାରୁ ସଂଗୃହୀତ ହେଉଥିବା ଚାଉଳ ଆଉ ଗୁଆ ସ୍ଥାନୀୟ ଏକ ମନ୍ଦିରରେ ରଖାଯିବାର ବ୍ୟବସ୍ଥା ହୋଇଛି ।
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସିଧା ସଳଖ ଗ୍ରାମ ପଂଚାୟତ ସ୍ତରରେ ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଉଅଛି।

0
0
0
s2sdefault